ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ ଦିନରେ ପ୍ରିପେଡ ପେମେଣ୍ଟ୍ କାର୍ଡର ପ୍ରଚଳନ ଆରମ୍ଭ କରିବ। ଏହି କାର୍ଡ ଜରିଆରେ ଜଣେ ବ୍ୟକ୍ତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଓ ସେବା କ୍ରୟ କରିପାରିବ। ରିଜର୍ଭ ବ୍ୟାଙ୍କ ଆଜି ମୁଦ୍ରାନୀତି ଘୋଷଣା କରିବା ସହିତ ଏଭଳି ଘୋଷଣା କରିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କ ଏସଂକ୍ରାନ୍ତ ସୂଚନା ଉପଲବ୍ଧ କରାଇବ। ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଘୋଷଣା ସମ୍ପର୍କରେ ସୂଚନା ଦିଆଯିବା ସହିତ କୁହାଯାଇଛି ଏହି କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ରିଚାର୍ଜ କରାଯାଇ ପାରିବ। ବ୍ୟାଙ୍କ ଆକାଣ୍ଟରେ ନଗଦ ଅର୍ଥ ଜମାକରି ପିପିଆଇକୁ ରିଚାର୍ଜ କରାଯାଇ ପାରିବ। ଏଥିସହିତ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଏହାକୁ ରିଚାର୍ଜ କରାଯାଇପାରିବ। କ୍ରେଡିଟ୍ କାର୍ଡ ବାଲାନ୍ସ କିମ୍ବା ଅନ୍ୟ ପିପିଆଇକୁ ବ୍ୟବହାର କରି ମଧ୍ୟ ଏହାକୁ ରିଚାର୍ଜ କରାଯାଇପାରିବ। ଗୋଟିଏ ମାସରେ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରାଯାଇପାରିବ।
ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ ପ୍ରିପେଡ୍ ପେମେଣ୍ଟ୍ କାର୍ଡ
/sambad/media/post_attachments/wp-content/uploads/2019/05/Reserve-bank-of-India-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)