ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ବଳକା ପାଣ୍ଠିକୁ ସରକାର ବ୍ୟବହାର ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣିଅନ୍। ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ଏହାକୁ ଅର୍ଥନୀତିକୁ ସଜାଡ଼ିବା ଲାଗି ବ୍ୟବହାର କରାଯିବା ଉଚିତ। କିନ୍ତୁ ଆର୍ଥିକ ନିଅଣ୍ଟକୁ ଭରଣା କରିବା କିମ୍ବା ସରକାରୀ ବ୍ୟୟ ପାଇଁ ଅର୍ଥ ଯୋଗାଇବା ଲାଗି ଏହି ପାଣ୍ଠିକୁ ଉପଯୋଗ କରାଯିବା ଉଚିତ ନୁହେଁ। ନିଅଣ୍ଟ ଭରଣା ପାଇଁ ଯଦି ରିଜର୍ଭ ବ୍ୟାଙ୍କ ଅର୍ଥକୁ ଉପଯୋଗ କରାଯାଏ ତାହେଲେ ତାହା ରିଜର୍ଭ ବ୍ୟାଙ୍କ ଉପରେ ଚଢ଼ାଉ କରିବା ଭଳି ହେବ। ଏଥିରେ ମୁଁ ନିଶ୍ଚିତଭାବେ ହତାଶ ହେବି ବୋଲି ସୁବ୍ରମଣିଅନ୍ କହିଛନ୍ତି।
ଅର୍ଥନୀତି ସଜାଡ଼ିବାରେ ବ୍ୟବହାର ହେଉ ରିଜର୍ଭ ବ୍ୟାଙ୍କ ପାଣ୍ଠି: ସୁବ୍ରମଣିଅନ୍
/sambad/media/post_attachments/wp-content/uploads/2018/12/arvind-subramaniyam-68-1529490377-321908-khaskhabar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)