ମୁମ୍ବାଇ: ପେନ୍ସନ୍ ଦାବିକୁ ନେଇ ରିଜର୍ଭ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାକୁ ସଜବାଜ ହେଉଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ପେନ୍ସନ୍ ସମସ୍ୟାର ସମାଧାନ କରାଯିବ ବୋଲି କର୍ମଚାରୀମାନଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ଏସଂକ୍ରାନ୍ତରେ କୌଣସି ଯୋଗାଯୋଗ କରାଯାଇନାହିଁ। ଯଦି ସରକାର କୌଣସି ନିଷ୍ପତ୍ତି ନନେବେ ତେବେ ନୂଆବର୍ଷରେ କର୍ମଚାରୀମାନେ ଧର୍ମଘଟ କରିପାରନ୍ତି। ଏପର୍ଯ୍ୟନ୍ତ ଧର୍ମଘଟକୁ ନେଇ କର୍ମଚାରୀ ସଂଘ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ମାସର ଶେଷ ଦିନରେ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ସେଭଳି କିଛି ହେବ ତେବେ ଆର୍ଟିଜିଏସ୍ ସେବା ଗୁରୁତର ଭାବେ ପ୍ରଭାବିତ ହେବ। ଚଳିତ ବର୍ଷ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ କର୍ମଚାରୀମାନେ ପେନ୍ସନ୍ ଦାବି ନେଇ ସାମୁହିକ ଛୁଟିରେ ଚାଲିଯାଇଥିଲେ। ଏହା ବ୍ୟତୀତ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ସେହି ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଡିସେମ୍ବର ଶେଷ ସୁଦ୍ଧା ପେନ୍ସନ୍ ମାମଲାର ସମାଧାନ କରାଯିବ।
ରିଜର୍ଭ ବ୍ୟାଙ୍କ କର୍ମଚାରୀ କରିବେ ଧର୍ମଘଟ
/sambad/media/post_attachments/wp-content/uploads/2018/12/no-rift-with-reserve-bank-of-india-say-senior-government-officials.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)