ରିଜର୍ଭ ବ୍ୟାଙ୍କର ଡିଜିଟାଲ୍‌ ମୁଦ୍ରା ପ୍ରଚଳନ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ମୁଦ୍ରା ଖୁବ୍‌ଶୀଘ୍ର ଲୋକମାନଙ୍କ ବ୍ୟବହାର ଲାଗି ଉପଲବ୍ଧ ହେବ। ସାଧାରଣ ନଗଦ ଟଙ୍କା ଭଳି ଏହାକୁ ନେଇ ନେଣଦେଶ କରିହେବ। ୟୁନାଇଟେଡ୍ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) କାର୍ଯ୍ୟକାରୀ କରିଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରାର ପରିଚାଳନା କରାଯିବ। ୟୁପିଆଇ ଭଳି ତାହା କାର୍ଯ୍ୟ କରିବ। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିଟି)କୁ ୧୦ ହଜାରରୁ ୫୦ ହଜାର ଗ୍ରାହକଙ୍କୁ ନେଇ ପରୀକ୍ଷଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ କୁହାଯାଇଛି।

ସମ୍ବନ୍ଧିତ ଖବର