ଭୁବନେଶ୍ୱର: ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ ପାଣିପାଗ ସ୍ଥିତି ଉପରେ ଅତ୍ୟଧିକ ନିର୍ଭରଶୀଳ। ତେଣୁ ଅଧିକ ଉତ୍ପାଦନ ହେଉଥିବା ସମୟରେ ସେହି ଶକ୍ତିକୁ ସଂରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ପ୍ରକ୍ରିୟାକୁ ଅକ୍ଷୟ ଶକ୍ତି ବ୍ୟାଙ୍କିଂ କୁହାଯାଇଛି। ଏଥିରେ ସଂରକ୍ଷିତ ରଖାଯାଉଥିବା ଶକ୍ତିକୁ ଆବଶ୍ୟକତା ସମୟରେ ଆଣି ବ୍ୟବହାର କରିହେବ। ଅକ୍ଷୟ ଶକ୍ତି ବ୍ୟାଙ୍କିଂକୁ ନେଇ ଦୁଇଟି କମ୍ପାନି ଗ୍ରିଡ୍କୋ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
ବଳକା ସଂରକ୍ଷିତ ଶକ୍ତି ଦରକାର ସମୟରେ ବ୍ୟବହାର କରିହେବ
ଗ୍ରିଡ୍କୋ ସହ ‘ରିନ୍ୟୁ ଇ-ଫୁଏଲ୍ସ’ ଓ ଅଲ୍ଟ୍ରାଟେକ୍ ସିମେଣ୍ଟ୍ର ଚୁକ୍ତି
ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ୫୦ ମେଗାୱାଟ୍ର ଅକ୍ଷୟ ଶକ୍ତି ବ୍ୟାଙ୍କିଂ ପାଇଁ ରିନ୍ୟୁ ଇ-ଫୁଏଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ୬.୨୫ ମେଗାୱାଟ୍ ପାଇଁ ଅଲ୍ଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ପକ୍ଷରୁ ଗ୍ରିଡ୍କୋ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି ପଦକ୍ଷେପ ରାଜ୍ୟରେ ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆର ଗ୍ରହଣୀୟତା ବଢ଼ାଇବାରେ ସହାୟକ ହେବ। ଏହି ଅବସରରେ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ସହିତ ୧୪ଟି ଗ୍ରିନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ୨୨୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ କହିଲେ ସୌର ଏବଂ ପବନ ଭଳି ନବୀକରଣୀୟ ଶକ୍ତି ଉତ୍ସରୁ ଉତ୍ପାଦିତ ଶକ୍ତି ପାଣିପାଗ ସ୍ଥିତି ଉପରେ ନିର୍ଭରଶୀଳ ହୋଇଥିବାରୁ ପାୱାରର ବ୍ୟାଙ୍କିଂ ନିହାତି ଜରୁରୀ। ଅତିରିକ୍ତ ଉତ୍ପାଦନ ସମୟରେ ଶକ୍ତି ବ୍ୟାକିଂ କରିବା ଏବଂ ଅଭାବ ସମୟରେ ସଂରକ୍ଷିତ ଶକ୍ତିକୁ ବ୍ୟବହାର କରାଯାଇପାରିବ। ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଏବଂ ଓଇଆରସି (ସବୁଜ ଶକ୍ତି ଖୋଲା ପ୍ରବେଶ ମାଧ୍ୟମରେ ଅକ୍ଷୟ ଶକ୍ତିର ପ୍ରୋତ୍ସାହନ) ନିୟମାବଳୀ-୨୦୨୩ ଅନୁଯାୟୀ ଅକ୍ଷୟ ଶକ୍ତି ବ୍ୟାକିଂକୁ ଅନୁମତି ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/11/dagdagdzcvvczvc-2025-10-11-03-09-31.jpg)