ଭୁବନେଶ୍ବର: ଅଭିଯୋଗର ଫଇସଲା କରିବାରେ ଓଡ଼ିଶା ବୀମା ଲୋକପାଳଙ୍କ କାର୍ଯ୍ୟାଳୟ ରେକର୍ଡ କରିଛି। ଏହା ସମସ୍ତ ଅଭିଯୋଗର ଶୁଣାଣି କରି ତାହା ଉପରେ ନିଷ୍ପତ୍ତି ଗ୍ରହଣ କରିଛି। ଆର୍ଥିକ ବର୍ଷ ସାରାରେ ୧୫୩୫ଟି ଅଭିଯୋଗର ସମାଧାନ କରାଯାଇଥିଲା। କେବଳ ମାର୍ଚ୍ଚ ମାସରେ ୧୭୨ଟି ବିବାଦର ସମାଧାନ ହୋଇଛି। ପ୍ରାୟ ୬୦ ପ୍ରତିଶତ ଅଭିଯୋଗକୁ ନିର୍ଧାରିତ ସମୟର ବହୁ ପୂର୍ବରୁ ଅର୍ଥାତ ୬୦ ଦିନ ଭିତରେ ଫଇସଲା କରାଯାଇଛି। ବହୁ ଅଭିଯୋଗକୁ କମ୍ପାନି ଏବଂ ଅଭିଯୋଗକାରୀଙ୍କ ଆପୋଷ ସହମତିରେ ସମାଧାନ କରାଯାଇଛି। ବୀମା ଲୋକପାଳ ମନୋଜ ପରିଡା ଏହି ଉପଲବ୍ଧି ନିମନ୍ତେ ସମସ୍ତ ପଲିସିଧାରୀ, କର୍ମଚାରୀ,ବୀମା କମ୍ପାନି ତଥା ସର୍ବ ଭାରତୀୟ ବୀମା ନିୟମକ ଦେବାଶିଷ ପଣ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି। ବୀମା ଲୋକପାଳ ବିନା ମୂଲ୍ୟରେ ସମସ୍ତ ବୀମା ସମ୍ବନ୍ଧିତ ଅଭିଯୋଗଗୁଡିକର ବିଚାର ତଥା ନିଷ୍ପତ୍ତି ଗ୍ରହଣ କରିଥାଏ। ଏଥି ନିମନ୍ତେ କୌଣସି ଆଇନଜୀବୀ ଆବଶ୍ୟକ ନଥାଏ। ବୀମାଧାରୀମାନେ ଅନ୍ଲାଇନ୍ରେ ମଧ୍ୟ ନିଜ ଅଭିଯୋଗ ଦାଖଲ କରିପାରିବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
ବୀମା ଲୋକପାଳରେ ୧୫୩୫ ଅଭିଯୋଗର ସମାଧାନ
/sambad/media/post_attachments/wp-content/uploads/2023/04/564654dag6dggdgdd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)