ସ୍ପାଇସ୍‌ଜେଟ୍‌ ଉପରେ ଅକ୍ଟୋବର ୨୯ ପର୍ଯ୍ୟନ୍ତ କଟକଣା

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ର ୫୦% ଉଡ଼ାଣ ଉପରେ ଯେଉଁ କଟକଣା ଜାରି କରାଯାଇଥିଲା ତାହାର ଅବଧିକୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଝି ଆକାଶରେ ଉଡ଼ୁଥିବା ବେଳେ ସ୍ପାଇସ୍‌ଜେଟ୍‌ର ଏକାଧିକ ବିମାନରେ ତ୍ରୁଟି ଦେଖାଦେବା ପରେ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହା ପରେ ଗତ ଜୁଲାଇ ୨୭ରେ ଆଠ ସପ୍ତାହ ପାଇଁ କଂପାନିର ୫୦% ଉଡ଼ାଣ ଉପରେ କଟକଣା ଲଗାଯାଇଥିଲା। ବୈଷୟିକ ଓ ଆର୍ଥିକ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରିବା ପରେ କଂପାନି ଉପରେ ଲଗାଯାଇଥିବା କଟକଣା କୋହଳ କରାଯିବ ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର