ଅବସର ପାଇଁ ଯୋଜନା
୪୦ ବର୍ଷ ବୟସରେ ପଦାର୍ପଣ କରିଥିବା ଅମିତ୍ ନିଜ ପରିବାର ପାଇଁ ଏକ ଆରାମଦାୟକ ଜୀବନ ଗଠନ କରିବା ଲାଗି କ୍ୟାରିୟର ଅତିବାହିତ କରିଛନ୍ତି। ଏବେ ଅବସର ନେବା ବିଷୟରେ ଚିନ୍ତା କରୁଛନ୍ତି। ନିଜ ଚିନ୍ତାଗୁଡ଼ିକୁ ସେ ପିଲାଦିନର ସାଙ୍ଗ ରାକେଶ ସହ ଚା’ ପିଇବା ବେଳେ ବଖାଣିଛନ୍ତି। ରାକେଶ ହେଉଛନ୍ତି ଜଣେ ଫାଇନାନ୍ସିଆଲ୍ ପ୍ଲାନର୍। ସେ ଅମିତକୁ ପରାମର୍ଶ ଦେଇଛନ୍ତି ଯେ କେବଳ ସଞ୍ଚୟ କରିବା ଯଥେଷ୍ଟ ନୁହେଁ। ତୁମକୁ ଏକ ଗଠନମୂଳକ ଯୋଜନା ଦରକାର। ତୁମେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଚିନ୍ତା କରିଛନ୍ତି କି? ସେମାନେ ତୁମକୁ ଏକ ଅବସର ପାଣ୍ଠି ଗଠନ ଏବଂ ଭବିଷ୍ୟତରେ ଆର୍ଥିକ ନିରାପତ୍ତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିପାରିବେ। ଅମିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ସବୁବେଳେ ସମ୍ପତ୍ତି ସୃଷ୍ଟି ସହିତ ମ୍ୟୁଚୁଆଲ ଫଣ୍ଡକୁ ଯୋଡ଼ିଥିଲେ, କିନ୍ତୁ ତାହାକୁ ସେ କେବେ ବି ଅବସର ପାଣ୍ଠି ଗଠନ ପାଇଁ ବିଚାର କରିନଥିଲେ।
ଏସ୍ଆଇପି ସହିତ ପାଣ୍ଠି ଗଠନ
ଅମିତ୍ ଅଧିକ ଜାଣିବାକୁ ଚାହୁଁଥିଲେ ଓ ପଚାରିଥିଲେ, ଏସ୍ଆଇପି? ମୁଁ ଭାବିଥିଲି ଯେ ତାହା କେବଳ ଦୀର୍ଘମିଆଦୀ ଅଭିବୃଦ୍ଧି ପାଇଁ ଅଟେ। ତାହା କ’ଣ ବାସ୍ତବରେ ଅବସର ପାଇଁ ଉପଯୋଗୀ?
ହଁ, ଅବସର ପାଣ୍ଠି ଗଠନ ପାଇଁ ଏସ୍ଆଇପି ମଧ୍ୟ ଏକ ପ୍ରଭାବଶାଳୀ ବିକଳ୍ପ ହୋଇପାରେ। ମ୍ୟୁଚୁଆଲ୍ ଫଣ୍ଡରେ ସମୟ କ୍ରମେ ଅଳ୍ପ, ନିରନ୍ତର ପରିମାଣରେ ନିବେଶ କରି- ଇକ୍ୱିଟି, ଡେବ୍ଟ କିମ୍ବା ହାଇବ୍ରିଡ୍ ହେଉ, ଆପଣ କମ୍ପାଉଣ୍ଡିଂର ଫାଇଦା ଉଠାଇ ପାରିବେ ଏବଂ ଏକ ଯୁକ୍ତିଯୁକ୍ତ ପାଣ୍ଠି ଗଠନ କରିପାରିବେ।’
ସମ୍ପତ୍ତି ଆବଣ୍ଟନ ସହିତ ବିପଦ ପରିଚାଳନା
ଅମିତ୍ ପଚାରିଥିଲେ, କିନ୍ତୁ ଯଦି ମୁଁ ଅବସର ନେବାର ଠିକ୍ ପୂର୍ବରୁ ବଜାର ତଳକୁ ଖସିବ, ତେବେ କ’ଣ ହେବ?
ରାକେଶ ଉତ୍ତର ଦେଲେ, ‘ସେଇଠି ସମ୍ପତ୍ତି ଆବଣ୍ଟନ ସହାୟକ ହୋଇଥାଏ। ଅବସର ପାଖେଇ ଆସୁଥିବା ବେଳେ, ତୁମେ ବାଲାନ୍ସଡ ଆଡ୍ଭାଣ୍ଟେଜ୍ ଫଣ୍ଡ୍ (ବିଏଏଫ୍) କିମ୍ବା ଡେବ୍ଟ ଫଣ୍ଡ୍ ଭଳି ବିକଳ୍ପକୁ ଚୟନ କରିପାରିବ। ବିଏଏଫ୍ ଇକ୍ୱିଟି-ଡେବ୍ଟ ମିଶ୍ରଣକୁ ଆଡ୍ଜଷ୍ଟ କରି ଅସ୍ଥିରତା ହ୍ରାସ କରିଥାଏ, କିନ୍ତୁ ତଥାପି ସେଥିରେ ବଜାରର କିଛି ରିସ୍କ ରହିଛି। ଅବଶ୍ୟ ଶୁଦ୍ଧ ଇକ୍ୱିଟି ପାଣ୍ଠିଠାରୁ ସେହି ରିସ୍କ କମ୍।
ସିଷ୍ଟମେଟିକ୍ ୱିଥ୍ଡ୍ରଆଲ୍ ପ୍ଲାନ୍ (ଏସ୍ଡବ୍ଲ୍ୟୁପି) ସହିତ ନିୟମିତ ଆୟ
ଅମିତ୍ ଉତ୍ସୁକତାର ସହ ପଚାରିଥିଲେ, ‘କିନ୍ତୁ ମୁଁ ଅବସର ନେବା ପରେ ମୋତେ ନିୟମିତ ରୋଜଗାର ଦରକାର। ତା’ହେଲେ କ’ଣ ହେବ?
ରାକେଶ ଉତ୍ତର ଦେଲେ, ‘ଏକ ଏସ୍ଡବ୍ଲ୍ୟୁପି-ସିଷ୍ଟମେଟିକ୍ ୱିଥ୍ଡ୍ରଆଲ୍ ପ୍ଲାନ୍ ସାହାଯ୍ୟ କରିପାରେ। ଏହା ଦ୍ୱାରା ତୁମେ ନିୟମିତ ଭାବରେ ତୁମ ମ୍ୟୁଚୁଆଲ୍ ଫଣ୍ଡ୍ରୁ ଏକ ନିର୍ଦ୍ଧାରିତ ରାଶି ଉଠାଇପାରିବ, ଯାହା ଆୟର ଧାରା ପ୍ରଦାନ କରିବ ଏବଂ ଅବଶିଷ୍ଟ ରାଶି ନିବେଶ ହୋଇ ରହିବ ଓ ବଢ଼ିବ।
ଅମିତ୍ ପୁଣି ପଚାରିଲେ, ‘ତେବେ, ଅଳ୍ପ ଅଭିବୃଦ୍ଧି ପ୍ରଦାନ କରୁଥିବା ନଗଦ କିମ୍ବା ମିଆଦୀ ଜମା ଭଳି ସଞ୍ଚୟ ଉପରେ ମୋତେ ନିର୍ଭର କରିବାକୁ ପଡିବ ନାହିଁ?’
‘ବାସ୍ତବରେ ତୁମେ ଅନ୍ୟ ପାରମ୍ପରିକ ସଞ୍ଚୟ ବିକଳ୍ପଗୁଡିକ ଉପରେ ମଧ୍ୟ ବିଚାର କରିପାରିବ। ତେବେ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଏସ୍ଡବ୍ଲ୍ୟୁପି ଅଧିକ ନମନୀୟତା ଏବଂ ସମ୍ଭାବ୍ୟ ଉତ୍ତମ ରିଟର୍ଣ୍ଣ ପ୍ରଦାନ କରିପାରିବ ବୋଲି ରାକେଶ କହିଛନ୍ତି। ଏକ ଜରୁରୀକାଳୀନ ପାଣ୍ଠି ଉପରେ ବିଚାର କରିବା
ଅମିତ୍ ଚା’ ପିଉଥିବା ସହ ପଚାରିଲେ, ‘ଜରୁରୀକାଳୀନ ପରିସ୍ଥିତି ବିଷୟରେ କ’ଣ? ମୋତେ ମୋର ଅବସର ପାଣ୍ଠି ବ୍ୟବହାର କରିବାକୁ ପଡିବ କି?"
ରାକେଶ କହିଲେ, ଅଲଗା ଜରୁରୀକାଳୀନ ପାଣ୍ଠି ରହିବା ଭଲ ହେବ। ଏହାଦ୍ୱାରା ତୁମ ଅବସର ନିବେଶରେ ହାତ ମାରିବାକୁ ପଡ଼ିବନି। ତୁମ ଏସ୍ଡବ୍ଲ୍ୟୁପି ସୁରୁଖୁରୁରେ ଚାଲିପାରିବ। ଅମିତ ହସିଲେ। ‘ଯାହା ଭାବୁଛି, ବୋଧହୁଏ ମୁଁ ଏକ ଏସ୍ଆଇପି ଆରମ୍ଭ କରିବା ଉଚିତ।’ ରାକେଶ କହିଲେ, ‘ବୁଦ୍ଧିମାନର ନିଷ୍ପତ୍ତି। ପ୍ରକୃତରେ ଅବସର ଯୋଜନା ହେଉଛି ନିରାପତ୍ତା ଓ ସ୍ୱାଧୀନତାର କଥା।
ଅବସର ଯୋଜନା ଉପରେ ଏକ ନୂତନ ଦୃଷ୍ଟିକୋଣ
ଅମିତ୍ ଘରକୁ ଯିବା ପରେ ନିଜକୁ ଆଶ୍ୱସ୍ତ ଅନୁଭବ କରିଥିଲେ। ଅବସର ଯୋଜନା ସେତେ ଜଟିଳ ନଥିଲା ଯେତିକି ସେ ଭାବୁଥିଲେ। ଏଥିପାଇଁ କେବଳ ସଠିକ୍ ଆଭିମୁଖ୍ୟର ଆବଶ୍ୟକତା ଥିଲା। ଏବେ ସେ ଜାଣିପାରିଛନ୍ତି ଯେ ଯେ କିପରି ମ୍ୟୁଚୁଆଲ୍ ଫଣ୍ଡ୍, ଏସ୍ଆଇପି ଓ ଏସ୍ଡବ୍ଲ୍ୟୁପି ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବେ। ଅସ୍ବୀକରଣ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶରେ ବଜାର ସମ୍ପର୍କିତ ବିପଦ ରହିଛି। ଦୟାକରି ଯୋଜନା ସମ୍ପର୍କିତ ସମସ୍ତ ଦସ୍ତାବିଜକୁ ଧ୍ୟାନର ସହ ପଢନ୍ତୁ।