ନୂଆଦିଲ୍ଲୀ: ଗତବର୍ଷ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବିପୁଳ ସମ୍ପତ୍ତି ହରାଇଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ପୁଣି ଥରେ ବଢ଼ିବାରେ ଲାଗିଛି। ସେ ପୁନର୍ବାର ୧୦୦ ବିଲିଅନ ଡଲାର କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିଶ୍ବର ଶ୍ରେଷ୍ଠ ଧନୀମାନଙ୍କ ମଧ୍ୟରେ ସେ ୧୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ତାଙ୍କ ସମ୍ପତ୍ତି ପରିମାଣ ୧୦୧ ବିଲିଅନ ଡଲାର (୮.୩୮ ଲକ୍ଷ କୋଟି ଟଙ୍କା) ହୋଇଛି।