ରିଭର୍ସ ଗିୟରରେ ଅଟୋମୋବାଇଲ କମ୍ପାନୀ : ଅଗଷ୍ଟ ମାସରେ ୨୩.୫୫ପ୍ରତିଶତ ହ୍ରାସ ପାଇଛି ଯାନବାହାନ ବିକ୍ରି

ନୂଆଦିଲ୍ଲୀ : ଚଳିତ ଅଗଷ୍ଟ ମାସରେ ଯାନବହାନ ବିକ୍ରି ଅହେତୁକ ଭାବେ ହ୍ରାସ ପାଇଛି । କେବଳ କାର ନୁହେଁ, ଦୁଇଚକିଆ ବିକ୍ରି ମଧ୍ୟ ବହୁ ଭାବେ କମିଛି।  ଅଗଷ୍ଟ ମାସରେ ଲଗାତାର ବିକ୍ରି କମିବା ସହ ପ୍ରାୟ ୨୩.୫୫ପ୍ରତିଶତ ବିକ୍ରି କମ୍‌ ହୋଇଥିବା ନେଇ ସୂଚନା ମିଳିଛି । ତରଳ ପଦାର୍ଥର ଅଭାବ ଓ ଅଧିକ ଜିଏସ୍‌ଟି ଲାଗୁ ହୋଇଥିବାରୁ ଭାରତୀୟ ଯାନବାହାନ ଉଦ୍ଦ୍ୟେଗ ଏହି ସମସ୍ୟାର ସାମ୍ନା କରୁଛି । ଜୁଲାଇ ମାସରେ ୧୮.୭୧ ପ୍ରତିଶତ ବିକ୍ରି ହ୍ରାସ ହୋଇଥିବା ବେଳେ ଗତ ୧୯ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ହୋଇଥିବା ଜଣା ପଡ଼ିଛି ।

Image result for reverse-gear-august-auto-sales-slump
Hindu Tamil

ଭାରତୀୟ ଯାନବାହାନ ପ୍ରସ୍ତୁତକାରୀ ସଂଘ ଏ ନେଇ ସୂଚନା ଦେଇ କହିଛି, ଗତ ବର୍ଷ ଅଗଷ୍ଟ ମାସରେ ୨,୩୮୨,୪୩୬ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ମାତ୍ର ୧,୮୨୧,୪୯୦ୟୁନିଟ୍‌ ଗାଡ଼ି ବିକ୍ରି ହୋଇଛି । ଅଗଷ୍ଟ ୨୦୧୮ରେ ୧୯୬,୮୪୭ଟି ଯାତ୍ରୀବାହି କାର୍‌ ବିକ୍ରି ହୋଇଥିବା ବେଳେ ୨୦୧୯ରେ ଏହା ୪୧.୯ପ୍ରତିଶତ ହ୍ରାସ ପାଇ ୧୧୫,୯୫୭ ଯାତ୍ରୀବାହି କାର୍‌ ବିକ୍ରି ହୋଇଛି । ଦୁଇ ଚକିଆ ଯାନର ବିକ୍ରି ୨୨.୨୪ପ୍ରତିଶତ ହ୍ରାସ ପାଇବା ସହ ୟୁଟିଲିଟି ଭେଇକିଲ୍‌ର ବିକ୍ରି ୨.୨୦ପ୍ରତିଶତ ହ୍ରାସ ପାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର