ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ୮୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନା ମୂଲ୍ୟ

ନୂଆଦିଲ୍ଲୀ: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ । ହ୍ରାସ ପାଇଛି ସୁନା ମୂଲ୍ୟ । ନଭେମ୍ବରରେ ସୁନା ୪ ପ୍ରତିଶତରୁ ଅଧିକ ଶସ୍ତା ହୋଇଥିବା ବେଳେ ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ୨.୫ ପ୍ରତିଶତ ଏବଂ ୩.୫ ପ୍ରତିଶତ ହ୍ରାସ ପାଇଛି। ସୁନା ପ୍ରାୟ ୮୦୦୦ ଟଙ୍କା ଶସ୍ତା ହୋଇଛି। ୨୦୨୦ ଅଗଷ୍ଟ ୭ ରେ ସୁନା ୧୦ ଗ୍ରାମ ପିଛା ୫୬୧୯୧ ଟଙ୍କା ଥିଲା ବେଳେ ଅଗଷ୍ଟ ୨୫ରେ ସୁନା ୪୮,୫୦୦ ଟଙ୍କାକୁ ଖସି ଆସିଥିଲା। ତିନିମାସ ପରେ ସୁନା ପୁଣି ଏହି ସ୍ତରରେ ଅଛି |

ବୁଲିଅନ୍ ୱେବସାଇଟ୍ ibja.com ଅନୁଯାୟୀ, ଆଜି ଦିଲ୍ଲୀରେ ୧୦ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୪୪୭୦୫ ଟଙ୍କା ଥିଲା ବେଳେ ଗତକାଲି ୧୦ ଗ୍ରାମ ପିଛା ୪୪୮୨୪ ଟଙ୍କା ରହିଥିଲା। ଅର୍ଥାତ୍ ଆଜି ଏହାର ମୂଲ୍ୟ ୧୧୯ ଟଙ୍କା କମ୍ ରହିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୧୩୦ ଟଙ୍କାକୁ ହ୍ରାସ ପାଇଛି |

SILVER PRICES ARE HIGHER

ଦିଲ୍ଲୀ ବ୍ୟତୀତ ଅନ୍ୟ ମେଟ୍ରୋ ସହରରେ ମଧ୍ୟ ସୁନା ଦର ହ୍ରାସ ପାଇଛି। ବାଙ୍ଗାଲୋରରେ ସୁନା ମୂଲ୍ୟ ୪୬୨୦୦ ଟଙ୍କା, ଚେନ୍ନାଇରେ ୪୬୪୦୦ ଟଙ୍କା, କୋଲକାତାରେ ୫୦୦୭୦ ଟଙ୍କା ଏବଂ ମୁମ୍ବାଇରେ ୧୦ଗ୍ରାମ ପିଛା ୪୯୮୦୦ ଟଙ୍କା ରହିଛି।

ଆଜି ବଜାରରେ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବୁଲିଅନ୍ ୱେବସାଇଟ୍ ibja.com ଅନୁଯାୟୀ ଆଜି ଦିଲ୍ଲୀରେ ୧ କିଲୋଗ୍ରାମ ରୂପା ମୂଲ୍ୟ ୬୦, ୦୫୦ ଟଙ୍କା ଥିବାବେଳେ ଗତକାଲି ୫୯,୫୦୦ଟଙ୍କା ରହିଥିଲା। ଅର୍ଥାତ୍ ରୂପା ୫୫୦ ଟଙ୍କା ମହଙ୍ଗା ହୋଇଛି।

ସମ୍ବନ୍ଧିତ ଖବର