ଦରମା କାଟ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନିଜର ସବୁ ଦରମା କାଟ କଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିଳ୍ପ ମଧ୍ୟରେ ରହିଛି ପେଟ୍ରୋଲିୟମ ଶିଳ୍ପ । ବିଶ୍ୱ ବଜାରରେ ତେଲ ଦର ଶୂନ ତଳକୁ ଖସିଯାଇଛି । ଏହା ଦ୍ୱାରା ପେଟ୍ରୋଲିୟମ ରିଫାଇନାରୀ ଶିଳ୍ପ ବ୍ୟାପକଭାବେ କ୍ଷତିଗ୍ରସ୍ତ ହେଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ନିଜର ହାଇଡ୍ରୋକାର୍ବନ ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କ ଦରମା କାଟିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ କାଟ କରାଯିବ । ଏପରିକି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ମଧ୍ୟ ନିଜର ସମସ୍ତ ଦରମା କାଟ କରିଛନ୍ତି । କିନ୍ତୁ ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ କମ ଦରମା ନେଉଥିବା କର୍ମଚାରୀଙ୍କ ଦରମା କାଟ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଆଜି ପ୍ରକାଶିତ କମ୍ପାନିର ଆର୍ଥିକ ଫଳାଫଳ ଅନୁସାରେ କମ୍ପାନିର ତ୍ରୈମାସିକ ଲାଭ ୩୯ ପ୍ରତିଶତ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର