ବିଶ୍ବର ଶ୍ରେଷ୍ଠ ନିଯୁକ୍ତିଦାତା କମ୍ପାନି  : ପ୍ରଥମ ୧୦୦ରେ ରିଲାଏନ୍ସ ସମେତ ୪ ଭାରତୀୟ କମ୍ପାନି  

ମୁମ୍ବାଇ :  ବିଶ୍ବର କେତେକ ସର୍ବୋତ୍ତମ ନିଯୁକ୍ତିଦାତା କମ୍ପାନିମାନଙ୍କ ମଧ୍ୟରେ ସ୍ଥାନ ପାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ପ୍ରସିଦ୍ଧ ବାଣିଜ୍ୟ ପତ୍ରିକା ଫୋବସ ଦ୍ବାରା ପ୍ରକାଶିତ କମ୍ପାନିମାନଙ୍କ ମାନ୍ୟତା ତାଲିକାରେ ରିଲାଏନ୍ସ ୫୨ତମ ସ୍ଥାନରେ ରହିଛି । ରିଲାଏନ୍ସ ପଛରେ ରହିଛନ୍ତି ଫିଲିପ୍ସ, ସାନୋଫି, ଇଣ୍ଟେଲ, ଫାଇଜର ପରି କମ୍ପାନି ।

ପ୍ରଥମ ୧୦୦ଟି କମ୍ପାନି ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ କମ୍ପାନିମାନେ ହେଲେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଏଚସିଏଲ ଟେକନଲୋଜୀ । ଆଇସିଆଇସିଆଇ ବ୍ୟାଙ୍କ ୬୫ତମ ସ୍ଥାନରେ ଥିବାବେଳେ ଏଚଡିଏଫସି ବ୍ୟାଙ୍କ ୭୭ତମ ସ୍ଥାନରେ ଓ ଏଚସିଏଲ ୯୦ତମ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ୧୧୯ ତମ ସ୍ଥାନରେ ଓ ଟାଟା ଗ୍ରୁପ ୭୪୬ ତମ ସ୍ଥାନରେ ରହିଛି ।

ତାଲିକାର ପ୍ରଥମ ସ୍ଥାନରେ ସାମସଙ୍ଗ ଥିବାବେଳେ ତାପଛକୁ ରହିଛନ୍ତି ଆଇବିଏମ, ମାଇକ୍ରୋସଫ୍ଟ ,ଆମାଜନ ଓ ଆଲଫାବେଟ୍ ।

ଫୋବସ ପକ୍ଷରୁ କରାଯାଇଥିବା ସର୍ଭେରେ ବିଶ୍ବବ୍ୟାପି ବିଭିନ୍ନ କମ୍ପାନିରେ କାମ କରୁଥିବା କର୍ମଚାରୀମାନଙ୍କ ମତାମତକୁ ବିଚାରକୁ ନିଆଯାଇଥିଲା । ୫୮ଟି ଦେଶର ପ୍ରାୟ ଦେଢ ଲକ୍ଷ ପୂର୍ଣ୍ଣକାଳୀନ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ଚୂଡ଼ାନ୍ତ ତାଲିକାରେ ପ୍ରାୟ ୭୫୦ଟି କମ୍ପାନିକୁ ସ୍ଥାନ ଦିଆଯାଇଛି ।

ସମ୍ବନ୍ଧିତ ଖବର