ମୁମ୍ବାଇ : ଶୁକ୍ରବାର ଦିନ ଷ୍ଟକ ବଜାର କାରବାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ନିବେଶକମାନେ ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧,୦୧୭ ପଏଣ୍ଟ୍‌ ବୃଦ୍ଧି ପାଇ ୫୭,୪୨୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୨୭୬ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୦୯୪ ପଏଣ୍ଟ୍‌ରେ ବନ୍ଦ ହୋଇଛି।