କନ୍ଦେଇଲା ତେଲ, ଟଙ୍କା

ଚଳିତ ବର୍ଷ ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ସମେତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମଧ୍ୟଭାଗରୁ ‌ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଥିଲା। ଅକ୍ଟୋବର ୪ ତାରିଖରେ ଉଭୟ ଇନ୍ଧନର ଦର ଭୁବନେଶ୍ବରରେ ରେକର୍ଡ ସ୍ତର ଛୁଇଁଥିଲା। ପେଟ୍ରୋଲ ଦର ଲିଟର ପିଛା ୮୨ ଟଙ୍କା ୮୧ ପଇସା ଏବଂ ଡିଜେଲ ଦର ୮୦ ଟଙ୍କା ୯୭ ପଇସା ଛୁଇଁଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସମେତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ଖସିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଏଭଳି ସ୍ତରକୁ ବୃଦ୍ଧି ପାଇଥିଲା।

ଅକ୍ଟୋବର ମାସରେ ପ୍ରଥମ ସପ୍ତାହରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ସ୍ତରକୁ ଖସିଆସିଥିଲା। ଡଲାରର ମୂଲ୍ୟ ୭୪ ଟଙ୍କା ତଳକୁ ଖସିଯାଇ ରେକର୍ଡ ସୃଷ୍ଟି କରିଥିଲା। ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିବା ମୁଦ୍ରାନୀତିରେ ସୁଧ ହାରକୁ ଅପରିବର୍ତ୍ତିତ ରଖିବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚସ୍ତରରେ ରହିବା ଫଳରେ ଟଙ୍କା ଦୁର୍ବଳ ହୋଇଥିଲା। ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ଉଚ୍ଚସ୍ତରରେ ପହଞ୍ଚିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ନିମ୍ନ ସ୍ତରକୁ ଖସିବା ଦ୍ବାରା ସରକାର କାନ୍ଦ କାନ୍ଦ ସ୍ଥିତିକୁ ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର