ଉଦୟପୁର: କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ହିଁ ଦେଶରେ ଦରଦାମକୁ ବଢ଼ାଇଛି। ଦେଶରେ ମୁଦ୍ରାସ୍ଫୀତି ଅଗ୍ରହଣୀୟ ସ୍ତରକୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଆର୍ଥିକ ନୀତିକୁ ଠିକ୍ କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରିବାକୁ ଯାଇ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ। ଏଥିସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥିକ ସଂପର୍କର ଏକ ବ୍ୟାପକ ସମୀକ୍ଷା ପାଇଁ ସମୟ ସଂପୂର୍ଣ୍ଣ ଭାବେ ଉପନୀତି ହୋଇଛି । ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଗତ ୮ ବର୍ଷ ମଧ୍ୟରେ ସରକାରଙ୍କର ହଲମାର୍କ ପାଲଟିଛି ବୋଲି ସେ କଂଗ୍ରେସର ଚିନ୍ତନ ଶିବିର ଅବସରରେ କହିଛନ୍ତି।
ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଦରଦାମ ବଢ଼ୁଛି: ଚିଦାମ୍ବରମ
/sambad/media/post_attachments/wp-content/uploads/2022/05/chidabaram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)