୧୨ ମାସରେ ମାନ୍ଦାବସ୍ଥା ବିପଦ: ଆଇଏମ୍ଏଫ୍‌

ନୂଆଦିଲ୍ଲୀ: ଗତ କିଛି ମାସ ଧରି ବିଶ୍ବ ଅର୍ଥନୀତିର ଅବସ୍ଥା ଖରାପ ହୋଇଚାଲିଛି। ଆସନ୍ତା ୧୨ ମାସ ପର୍ଯ୍ୟନ୍ତ ମାନ୍ଦାବସ୍ଥା ମାଡ଼ି ଆସିବାର ବିପଦ ରହିଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା ସତର୍କ କରିଛନ୍ତି। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପ୍ରଭାବରେ ଅନେକ ସାମଗ୍ରୀ ମହଙ୍ଗା ହୋଇଯାଇଥିବାରୁ କୋଟି କୋଟି ଲୋକଙ୍କ ପାଇଁ ଜୀବନ ଧାରଣ ଖର୍ଚ୍ଚ ବାହାର କରିବା କଷ୍ଟକର ହୋଇପଡ଼ିଛି। ଦରଦାମ୍ ଉପରେ ନିୟନ୍ତ୍ରଣ ଲାଗି ବିଶ୍ବର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଉଛନ୍ତି। ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ରିଜର୍ଭ ବ୍ୟାଙ୍କ ଦୁଇ ଥରରେ ଏହାର ସୁଧ ୦.୯୦% ବଢ଼ାଇସାରିଛି। ତଥାପି ପରିସ୍ଥିତି ସୁଧୁରିଲା ନାହିଁ। ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ ୨୦୨୨ ଏକ କଷ୍ଟକର ବର୍ଷ ସାବ୍ୟସ୍ତ ହେବ। ୨୦୨୩ର ଆକଳନ ମଧ୍ୟ ଏତେ ଭଲ ନାହିଁ। ଆଇଏମ୍ଏଫ୍‌ ଉଭୟ ବର୍ଷ ପାଇଁ ଏହାର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି।

ସମ୍ବନ୍ଧିତ ଖବର