ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଲଟା ଆମଦାନୀ ଶୁଳ୍କ ବିଭିନ୍ନ ଦେଶ ଉପରେ ଲଗାଇବା ପରେ ଚୀନ ଓ ଅନ୍ୟ କେତେକ ଦେଶ ମଧ୍ୟ ଆମେରିକା ଉପରେ ଶୁଳ୍କ ବଢ଼ାଇଛନ୍ତି। ଟ୍ରମ୍ପଙ୍କ ପାଇଁ ବିଶ୍ବରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁଳ୍କ ବୃଦ୍ଧି ଫଳରେ ବିଶ୍ବ ବାଣିଜ୍ୟ ସଂକୁଚିତ ହେବ ଏବଂ ଆମେରିକା ସହିତ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଚଳିତବର୍ଷ ଶେଷ ସୁଦ୍ଧା ଚାଲିଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ଟ୍ରମ୍ପଙ୍କ ପାଲଟା ଶୁଳ୍କର ବଡ଼ ପ୍ରଭାବ ଗତ ସପ୍ତାହର ଗୁରୁବାର ଏବଂ ଶୁକ୍ରବାର ଦିନ ପଡ଼ିଛି। ଏଥିଯୋଗୁ ଆମେରିକାଠାରୁ ଆରମ୍ଭ କରି ବିଶ୍ବର ବିଭିନ୍ନ ଦେଶର ପୁଞ୍ଜିବଜାର ଧରାଶାୟୀ ହୋଇଛି। ଶନିବାର ଓ ରବିବାର ଷ୍ଟକ ବଜାର ଛୁଟି ପାଇଁ ବନ୍ଦ ଥିଲା। ସୋମବାର ଏହା ଖୋଲିବ। ସୋମବାର ଦିନ ଆମେରିକାର ଷ୍ଟକ୍ ବଜାରରେ ୧୯୮୭ ମସିହାର ବଡ଼ ଧରଣର ହ୍ରାସ ଠାରୁ ଏକ ବଡ଼ ପତନ ଦେଖିବାକୁ ମିଳିବ। ୧୯୮୭ ମସିହାରେ ହୋଇଥିବା ସେହି ହ୍ରାସ ଦିନକୁ କଳା ସୋମବାର କୁହାଯାଉଛି ଯେଉଁଦିନ ଡାଓ ଜୋନ୍ସ ୨୨.୬ ପ୍ରତିଶତ ତଳକୁ ଖସିଯାଇଥିଲା। ଆମେରିକାର ଜଣେ ଟିଭି ବ୍ୟକ୍ତିତ୍ବ ଏବଂ ବଜାର ଭାଷ୍ୟକାର ଜିମ୍ କ୍ରେମର ଏ ନେଇ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଡାଓ ଜୋନ୍ସରେ ୧୯୮୭ର କଳା ସୋମବାର ଭଳି ପରିସ୍ଥିତି ଏବେ ଦେଖିବାକୁ ମିଳିବ। ଏପରିକି ଯଦି ଆମେରିକା ରାଷ୍ଟ୍ରପତି ବିଭିନ୍ନ ଦେଶର ମୁଖ୍ୟଙ୍କ ସହିତ ଆଲୋଚନା ନକରନ୍ତି ଏବଂ ସେମାନଙ୍କର ଜବାବୀ ଟିକସକୁ ନରୋକନ୍ତି ତାହେଲେ ପରିସ୍ଥିତି ସାଂଘାତିକ ହେବ। ଡାଓ ଜୋନ୍ସ ଗତ ଗୁରୁବାର ୧୬୭୯ ପଏଣ୍ଟ ଏବଂ ଶୁକ୍ରବାର ୨୨୩୧ ପଏଣ୍ଟ ତଳକୁ ଖସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/05/Wplf6TTYWpAET0jOSDo7.jpg)