ରୀତା ଟିଭିଏସ୍‌ ଉଦ୍‌ଘାଟିତ, ଓଡ଼ିଶାରେ କମ୍ପାନିର ନୂଆ ବାଇକ ‘ରାଇଡର’

ଭୁବନେଶ୍ବର : ଦୁଇ ଚକିଆ ଯାନ ନିର୍ମାତା ଟିଭିଏସ ମୋଟର କମ୍ପାନି ଭୁବନେଶ୍ବରରେ ଆଜି ଏକ ବୃହତ୍ ଏବଂ ଅତ୍ୟାଧୁନିକ ସୋ’ରୁମ୍‌ ଖୋଲିଛି। ଖଣ୍ଡଗିରିରେ ଖୋଲିଥିବା ଏହି ନୂଆ ସୋରୁମ୍‌କୁ କମ୍ପାନିର ଉପ ସଭାପତି (ବିକ୍ରି) ୟୁ ବି ପାଣ୍ଡେ ଉଦ୍‌ଘାଟନ କରିଛନ୍ତି। ଅଟୋମେଟେଡ ସର୍ଭିସ ସପ୍ ଏବଂ ସ୍ପେୟାର ପାର୍ଟସ କାଉଣ୍ଟକୁ କମ୍ପାନି ନ୍ୟାସନାଲ ସେଲ୍‌ସ ମ୍ୟାନେଜର (ପୂର୍ବ ଭାରତ ) ଅରବିନ୍ଦ କୁମାର ଗୁପ୍ତା ଉଦଘାଟନ କରିଛନ୍ତି। ଉକ୍ତ ନୂଆ ସୋରୁମ ଖୋଲିବା ଦ୍ବାରା ରାଜ୍ୟରେ ଟିଭିଏସର ମୋଟ ସୋରୁମ୍ ସଂଖ୍ୟା ୩୬ରେ ପହଞ୍ଚିଛି।

କମ୍ପାନି ପକ୍ଷରୁ ଓଡ଼ିଶା ବଜାରରେ ଆଜି ନୂଆ ବାଇକ୍ ରାଇଡର ୧୨୫ର ଉନ୍ମୋଚନ ମଧ୍ୟ କରାଯାଇଛି। ଶ୍ରୀ ପାଣ୍ଡେ ନୂଆ ବାଇକ୍‌କୁ ଉନ୍ମୋଚନ କରିବା ସହିତ ୧୨୫ ସିସି ବର୍ଗ ଗାଡ଼ିରେ ଏହା ଗେମ୍ ଚେଞ୍ଜର ହେବ ବୋଲି ମତ ଦେଇଥିଲେ। ଏହା ଏକ କମ୍ୟୁଟର ବାଇକ୍ ହୋଇଥିଲେ ମଧ୍ୟ ଏହାର ଡିଜାଇନ୍ ସ୍ପୋର୍ଟିଂ ରହିଛି। ଏଥିରେ ଏଲଇଡି ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ରହିଛି; ଯେଉଁଠି ସ୍ପିଡ୍‌, ଦୂରତା, ଗିଅର ପରିବର୍ତ୍ତନ ଇଣ୍ଡିକେଟର ସହିତ ଅନ୍ୟାନ୍ୟ ସୂଚନା ମିଳିପାରୁଛି। ଉକ୍ତ ବାଇକ୍‌‌େର ଇକୋ ଏବଂ ପାୱାର ରାଇଡିଂ ମୋଡ୍ ରହିଛି। ଫଳରେ ପସନ୍ଦ ମୁତାବକ ୧୦% ପର୍ଯ୍ୟନ୍ତ ଅଧିକ ପାୱାର ଏବଂ ୩% ପର୍ଯ୍ୟନ୍ତ ଅଧିକ ମାଇଲେଜ୍ ମିଳିପାରିବ। ଏହି ବାଇକ୍‌ର ମାଇଲେଜ୍ ୬୫ କିମି ରହିଛି । ନୂଆ ସୋରୁମ୍ ଓ ବାଇକ୍ ଉନ୍ମୋଚନ ଅବସରରେ କମ୍ପାନିର ଏରିଆ ମ୍ୟାନେଜର ଆଶିଷ ଜୟସ୍ବାଲ ଓ ରୀତା ଟିଭିଏସର ମୁଖ୍ୟ ଦୀପକ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର