ନୂଆଦିଲ୍ଲୀ: ଓୟୋ ଭଳି ଏକ ବୃହତ୍ କମ୍ପାନି ପ୍ରତିଷ୍ଠା କରିଥିବା ରିତେଶ ଅଗ୍ରୱାଲ୍ ଏବେବି ହୋଟେଲ୍ର ପାଇଖାନା ସଫା କରନ୍ତି। ଏହା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ନେତୃତ୍ବର ଏକ ଅଂଶ ସ୍ବରୂପ ମୁଁ ହୋଟେଲ୍ ପାଇଖାନା ସଫା କରି ଟିମ୍ର ଅନ୍ୟ ସଦସ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାଏ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରିତେଶ କହିଛନ୍ତି ଯେ ଉଦ୍ୟମିତା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଭୟ, ଲଜ୍ଜା, ଗର୍ବ ଓ ଅହଂକାର ପରିତ୍ୟାଗ କରିବାକୁ ପଡ଼ିବ। ସେସବୁ ଉଦ୍ୟମିତାର ସବୁଠୁ ବଡ଼ ଶତ୍ରୁ। ଉଦୀୟମାନ ଉଦ୍ୟୋଗୀମାନଙ୍କୁ ସେ କହିଛନ୍ତି ଯେ ପ୍ରଥମେ ନିଜକୁ ପ୍ରଶ୍ନ କର ‘କଣ କରିବାକୁ ଚାହୁଛ? କିଛି କରି ଗର୍ବିତ ହେବାକୁ ଚାହୁଛ ନା ସମ୍ପତ୍ତି ସୃଷ୍ଟି କରିବାକୁ ଚାହୁଛ? ମୁଁ ବଡ଼ ପ୍ରଭାବ ସୃଷ୍ଟି କରିବାକୁ ଚାହୁଛି ବୋଲି ସେ କହିଥିଲେ। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ରିତେଶ ୨୦୧୨ରେ ଓୟୋ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ତାଙ୍କ କମ୍ପାନିର ୮୦ଟି ଦେଶରେ ୧ ନିୟୁତରୁ ଅଧିକ ହୋଟେଲ୍ କୋଠରି ରହିଛି। ସେ କମ୍ପାନିର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।
ହୋଟେଲ୍ ପାଇଖାନା ସଫା କରନ୍ତି ରିତେଶ
ଓୟୋ ଭଳି ଏକ ବୃହତ୍ କମ୍ପାନି ପ୍ରତିଷ୍ଠା କରିଥିବା ରିତେଶ ଅଗ୍ରୱାଲ୍ ଏବେବି ହୋଟେଲ୍ର ପାଇଖାନା ସଫା କରନ୍ତି। ଏହା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ନେତୃତ୍ବର ଏକ ଅଂଶ ସ୍ବରୂପ ମୁଁ ହୋଟେଲ୍ ପାଇଖାନା ସଫା କରି ଟିମ୍ର ଅନ୍ୟ...
/sambad/media/media_files/2025/03/03/znjyrcsGHk0mrXaSbSa6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)