ଭୁବନେଶ୍ବର: ଦେଶର ଶକ୍ତି ନିରାପତ୍ତା ଆବଶ୍ୟକତାକୁ ପୂରଣ କରିବା ତଥା ଷ୍ଟ୍ରାଟେଜିକ୍ ତୈଳ ଭଣ୍ଡାର ପାଇଁ ସରକାରୀ ଓ ବେସରକାରୀ ସହଭାଗିତା(ପିପିପି)ରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଏକ ରୋଡ୍ ସୋ ଅନୁଷ୍ଠିତ ହୋଇଯାଇଛି। ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରି କହିଥିଲେ, ଦେଶର ଶକ୍ତି ନିରାପତ୍ତାକୁ ପୂରଣ କରିବା ସହିତ ତୈଳ ଭଣ୍ଡାରଗୁଡ଼ିକର ଉତ୍ତମ ପରିଚାଳନା ଓ ଜରୁରିକାଳୀନ ଭୂତଳ ତୈଳ ଭଣ୍ଡାରର କାର୍ଯ୍ୟାନ୍ବୟନ ପାଇଁ ଭାରତ ସରକାର ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭର୍ ଲିମିଟେଡ୍(ଆଇଏସ୍ପିଆର୍ଏଲ୍) ଗଠନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଇଏସ୍ପିଆର୍ଏଏଲ୍ ପକ୍ଷରୁ ୫.୩୩ ଏମ୍ଏମ୍ଟି କ୍ଷମତା ବିଶିଷ୍ଟ ଅଶୋଧିତ ତୈଳ ଭଣ୍ଡାର ବିଶାଖାପାଟଣା, ଚଣ୍ଡିଖୋଲ ଓ ପାଦୁର ଠାରେ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଅତିରିକ୍ତ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ଭଣ୍ଡାର ସୁବିଧା ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିବା ପରେ ଏହା ଅତିରିକ୍ତ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳର ଆବଶ୍ୟକତାକୁ ପୂରଣ କରିବ। ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ହେବ ଓ ଅନ୍ୟ ଦେଶ ତୁଳନାରେ ଭାରତର ତେଲ ଚାହିଦା ବି ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ତୈଳ ଭଣ୍ଡାର ପାଇଁ ରୋଡ୍ ସୋ’
/sambad/media/post_attachments/wp-content/uploads/2018/10/IOCL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)