ନୂଆଦିଲ୍ଲୀ: ଜର୍ମାନିର କାର୍ କଂପାନି ଫକ୍ସୱାଗନ୍ ଗ୍ରୁପ୍ର ଏକ ସଂସ୍ଥା ଏଭଳି ଏକ ରୋବଟ୍ର ନମୁନା ବିକଶିତ କରିଛି ଯାହା ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ବିପ୍ଳବ ଆଣିପାରିବ। ଫକ୍ସୱାଗନ୍ ଗ୍ରୁପ୍ କମ୍ପୋନେଟସ୍ ନାମକ ସଂସ୍ଥା ଏହି ରୋବଟ୍କୁ ବିକଶିତ କରିଛି ଯାହା ପାର୍କିଂରେ ଥିବା କାର୍ଗୁଡ଼ିକର ବ୍ୟାଟେରି ଚାର୍ଜ କରିପାରିବ। ଏଥିପାଇଁ ମାନବ ହସ୍ତକ୍ଷେପ ଆଦୌ ଦରକାର ପଡ଼ିବ ନାହିଁ। ଗୋଟିଏ ରୋବଟ୍ ଏକ ସମୟରେ ଏକାଧିକ ଗାଡ଼ିକୁ ଚାର୍ଜ କରିପାରିବ। ଏହି ରୋବଟ୍ କିଭଳି କାର୍ଯ୍ୟ କରିବ ତାହା ଜଣାଇବା ଲାଗି କଂପାନି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ରୋବଟ୍ ପରିଚାଳିତ ହେବ। ନିଜ ଗାଡ଼ିକୁ ଚାର୍ଜ କରିବାକୁ ଚାହୁଥିବା ଗ୍ରାହକ ମୋବାଇଲ୍ ଆପ୍ ଜରିଆରେ ନିର୍ଦେଶ ପଠାଇବା ପରେ ସେହି ବାର୍ତା ରୋବଟ୍ ପାଖରେ ପହଞ୍ଚିଯିବ। ରୋବଟ୍ଟି ନିଜ ସହିତ ଏକ ବ୍ୟାଟେରିକୁ ନେଇ ସ୍ବୟଂଚାଳିତ ଭାବେ ଉକ୍ତ ଗାଡ଼ି ପାଖରେ ପହଞ୍ଚିବ। ଗାଡ଼ିର ଚାର୍ଜିଂ ସକେଟ୍କୁ ଖୋଲି ବ୍ୟାଟେରିକୁ ଲଗାଇ ପୁଣି ଥରେ ନିଜ ସ୍ଥାନକୁ ଫେରିଆସିବ। ସେହି ସମୟରେ ଅନ୍ୟ କୌଣସି ଗାଡ଼ିରୁ ବାର୍ତା ପହଞ୍ଚିଥିଲେ ସେଠାକୁ ବ୍ୟାଟେରି ନେଇ ପହଞ୍ଚିବ। ଯେଉଁ ଗାଡ଼ିର ଚାର୍ଜିଂ ଶେଷ ହେବ ସେଥିରୁ ବ୍ୟାଟେରିକୁ ବାହାର କରି ପୁଣି ଥରେ ତାହାକୁ ଆଣି ଚାର୍ଜିଂ ସକେଟ୍ରେ ଲଗାଇବ। ଏହି ରୋବଟ୍ର ବିଶେଷତ୍ବ ହେଉଛି ଏଥିରେ ଲାଗିଥିବା ସେନ୍ସର୍। ପାର୍କିଂରେ ଗାଡ଼ି ଚଳାଚଳ ଉପରେ ଏହା ନଜର ରଖି ସେହି ଅନୁସାରେ ପରିଚାଳିତ ହେବ।
ପାର୍କିଂରେ ଗାଡ଼ି ଚାର୍ଜ କରିବ ରୋବଟ୍, ମାନବ ହସ୍ତକ୍ଷେପ ଦରକାର ପଡ଼ିବନି
/sambad/media/post_attachments/wp-content/uploads/2019/12/key-topic-personalized_image_top.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)