କୃତ୍ରିମ ବୁଦ୍ଧିମତାର ସଫଳତା: ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି ରୋବର୍ଟ

ନୂଆଦିଲ୍ଲୀ: ସେହିଦିନ ଆଉ ବିଳମ୍ବ ନାହିଁ ଯେତେବେଳେ ରୋବର୍ଟ ସମସ୍ତଙ୍କ ଚାକିରି ଛଡ଼ାଇ ‌‌ନେବ। ତେବେ ଏକଥା ଏବେ ନୁହେଁ କିଛି ବର୍ଷ ପୂର୍ବରୁ ଶୁଣିବାକୁ ମିଳୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର କ୍ରମାଗତ ବିକାଶ ହେତୁ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି।

ତେବେ ରୋବର୍ଟ ରେସ୍ତୋରାଁରେ ୱେଟର ଭାବେ କାମ କରୁଥିବା ବେଳେ ବିମାନବନ୍ଦରରେ ଲୋକଙ୍କୁ ସ୍ବାଗତ କରୁଥିବା ବି ଦେଖିବାକୁ ମିଳିଛି।  ଏହି କ୍ରମରେ ଏବେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି।

 

ପ୍ରକାଶିତ ରି‌ପୋର୍ଟ ମୁତାବକ, ରୋବର୍ଟକୁ ମଣିଷ ଭଳି ତିଆରି କରାଯାଉଛି।  ଏହି ରୋବର୍ଟକୁ ତିଆରି କରିବା କାମ ୧ଏକ୍ସ ନାମକ କମ୍ପାନି କରିଛି। ଏହାକୁ ହ୍ୟୁମାନୋଇଡ୍ ଇଭିଏ ରୋବର୍ଟ କୁହାଯାଉଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କାମ କରୁଛି। ସମ୍ପ୍ରତି ତାକୁ ସିକ୍ୟୁରିଟି ଗ‌ାର୍ଡ ଭାବେ କାମ କରିବା ପାଇଁ ରଖାଯାଇଛି।

କମ୍ପାନିର କହିବାନୁସାରେ, ଏହି ରୋବର୍ଟର ମଣିଷ ଭଳି ହାତ, ମୁହଁ ଓ ମୁଣ୍ଡ ରହିଛି। ଗତ ଏପ୍ରିଲ ମାସରୁ ଏହି ରୋବର୍ଟ କାମ କରିବା ଆରମ୍ଭ କରିଛି। ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଏହି ରୋବର୍ଟକୁ ଦେଖି ଏହାକୁ ଅନ୍ୟ ସେକ୍ଟରରେ ବି ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର