ଆପୋଲୋ ହସ୍ପିଟାଲ୍‌ରେ ରୋବୋଟିକ୍ ସର୍ଜରି

ଭୁବନେଶ୍ବର : ଆପୋଲୋ ହସ୍ପିଟାଲ୍‌ସ, ଭୁବନେଶ୍ବରର ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ୍‌ ଗାଇନାକୋଲୋଜି ବିଭାଗ ପକ୍ଷରୁ ଓଡ଼ିଶାରେ ଡା ଭିନ୍‌ସି ରୋବୋଟିକ୍ ପ୍ଲାଟଫର୍ମକୁ ବ୍ୟବହାର କରି ପ୍ରଥମ ଗାଇନାକୋଲୋଜିକାଲ୍ ରୋବୋଟିକ୍ ସର୍ଜରି କରାଯାଇଛି। ହସ୍ପିଟାଲ୍‌ର ସିନିଅର କନ୍‌ସଲଟାଣ୍ଟ୍‌ ଡାକ୍ତର ଜି ଏସ୍ ଏସ୍‌ ମହାପାତ୍ର ଓ ଆପୋଲୋ ହସ୍ପିଟାଲ୍‌ସ ହାଇଦ୍ରାବାଦର ଡାକ୍ତର ରୋମା ସିହ୍ନା ଏହି ସର୍ଜରି କରିଛନ୍ତି। ଏହି ସଫଳତା ପାଇଁ ହସ୍ପିଟାଲ୍‌ର ଆଞ୍ଚଳିକ ସିଇଓ ସୁଧୀର ଏମ୍ ଦିଗିକର ସର୍ଜନ ଓ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ରୋବୋଟିକ୍ ବ୍ୟବସ୍ଥା ସାଧାରଣ ଭାବେ ବ୍ୟବହାର ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଡାକ୍ତର ମହାପାତ୍ର କହିଛନ୍ତି ଯେ ୨୦୦୫ରେ ଡା ଭିନ୍‌ସି ‌ରୋବଟ୍‌କୁ ଆମେରିକାର ଏଫ୍‌ଡିଏର ମଞ୍ଜୁରି ମିଳିଥିଲା। ରୋବୋଟିକ୍ ସର୍ଜରିର ଲାଭ ହେଉଛି ଏଥିରେ ଛୋଟ ଛିଦ୍ର କରିବାକୁ ପଡ଼େ, କମ୍ ରକ୍ତ କ୍ଷୟ ହୁଏ, କମ୍ ରକ୍ତ ଦେବାକୁ ପଡ଼େ ଓ ହସ୍ପିଟାଲ୍‌ରେ କମ୍ ସମୟ ରହିବାକୁ ପଡ଼େ। ଡାକ୍ତର ସିହ୍ନା କହିଛନ୍ତି ଯେ ଏହା ସର୍ଜନଙ୍କ ପାଇଁ ୩ଡି ଭିଜୁଆଲାଇଜେସନ ପ୍ରଦାନ କରୁଥିବାରୁ ସର୍ଜରି‌ ସହଜ ହୋଇଥାଏ। ହସ୍ପିଟାଲ୍‌ର ସିଓଓ ଡାକ୍ତର ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ ପ୍ରଯୁକ୍ତି ଜ୍ଞାନକୌଶଳରେ ଉନ୍ନତି ଆଣିବା ଲାଗି ଆପୋଲୋ ସର୍ବଦା ପ୍ରତିବଦ୍ଧ ରହିଛି।

ସମ୍ବନ୍ଧିତ ଖବର