ରୋଲାଣ୍ଡ୍ ଷ୍ଟେଲାଣ୍ଟିସ୍‌ର ନୂଆ ସିଇଓ

ଭୁବନେଶ୍ବର: ଷ୍ଟେଲାଣ୍ଟିସ୍‌ ଇଣ୍ଡିଆ ଓ ଏସିଆ ପାସିଫିକ୍ ପକ୍ଷରୁ ଭାରତ ପାଇଁ ରୋଲାଣ୍ଡ୍‌ ବୌଚାରାଙ୍କୁ ନୂଆ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତ କରାଯାଇଛି। ଜିପ୍ ଓ ସିଟ୍ରୋଏନ୍‌ର ଜାତୀୟ ବିକ୍ରି କଂପାନିର ସମ୍ପୂର୍ଣ୍ଣ ଦାୟିତ୍ବ ସହ ଗ୍ରୁପ୍‌ର ମାନୁଫାକଚରିଂର ସେ ଦେଖାଶୁଣା କରିବେ। ସି‌ଟ୍ରୋଏନ୍‌ର ପ୍ରଥମ ଉତ୍ପାଦ ସିଟ୍ରୋଏନ୍‌ର ସି୫ ଏୟାରକ୍ରସ୍‌କୁ ଉନ୍ମୋଚନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେହିପରି ଡକ୍ଟର ପାର୍ଥ ଦତ୍ତାଙ୍କୁ କଂପାନି ଇଞ୍ଜିନିୟରିଂ, ଡିଜାଇନ୍, ଗବେଷଣା ଓ ବିକାଶ ପାଇଁ ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ପାର୍ଥ ଏଫ୍‌ସିଏ ଇଣ୍ଡିଆର ସଭାପତି ଓ ଏମ୍‌ଡି ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର