ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜାଲରେ ରୋଲସ୍‌ ରଏସ୍‌

ନୂଆଦିଲ୍ଲୀ : କଣ୍ଟ୍ରାକ୍ଟ ପାଇବାକୁ ସରକାରୀ କଂପାନିଗୁଡ଼ିକୁ ବେଆଇନ ଭାବେ କମିସନ ପ୍ରଦାନ କରୁଥିବା ଏକ ବିଳାସପୂର୍ଣ୍ଣ କାର୍ କଂପାନି ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲା ଦାୟର କରିଛି। ଏହି କଂପାନିର ନାମ ହେଉଛି ‌ରୋଲସ୍‌ ରଏସ୍‌। ଅତି ଧନୀ ବ୍ୟକ୍ତିଙ୍କ ଘରେ ଏହି କଂପାନିର କାର୍‌ ଦେଖିବାକୁ ମିଳେ। କୁହାଯାଏ ଯେ କେବଳ ଧନ ଥିଲେ ଏହି କଂପାନିର କାର୍‌ କିଣିହୁଏ ନାହିଁ, କାର୍ ଦେବା ପୂର୍ବରୁ କଂପାନି ଗ୍ରାହକଙ୍କ ସାମାଜିକ ପ୍ରତିଷ୍ଠାକୁ ବିଚାରକୁ ନେଇଥାଏ।

ରୋଲସ୍‌ ରଏସ୍ ବିରୋଧରେ ଅଭିଯୋଗ ଆସିଛି ଯେ, ଏହା ଭାରତର ତିନିଟି ସରକାରୀ କଂପାନି ହାଲ୍‌, ଗେଲ୍ ଓ ଓଏନ୍‌ଜିସିକୁ ବେଆଇନ ଭାବେ କମିସନ ପ୍ରଦାନ କରିଛି। ସେହି ଅଭିଯୋଗକୁ ବିଚାରକୁ ନେଇ ପୂର୍ବରୁ ସିବିଆଇ ପକ୍ଷରୁ କଂପାନି ବିରୋଧରେ ମାମଲା ଦାୟର କରାଯାଇଥିଲା। ଏବେ ସେହି କଂପାନି ବିରୋଧରେ ଇଡି ପକ୍ଷରୁ ମନି ଲଣ୍ଡରିଂ ନିୟମ ଆଧାରରେ ମାମଲା ରୁଜୁ କରାଯାଇଛି।

ଇଡି ପକ୍ଷରୁ କୁହାଯାଇଛି ଯେ, ୨୦୦୭-୧୧ ଭିତରେ ରୋଲସ୍‌ ରଏସ୍‌ ପକ୍ଷରୁ ହାଲ୍ ସହ ଯେଉଁ ବୁଝାମଣା କରାଯାଇଥିଲା ତାହା ଉପରେ ୧୦-୧୧.୩% ଭଳି କମିସନ ପ୍ରଦାନ କରିଛି। ସେହି କମିସନଙ୍କୁ କଂପାନି ତରଫରୁ ଆଶମୋର୍ ପାଇଭେଟ୍ ଲିମିଟେଡ୍‌ର ଅଶୋକ ପଟ୍‌ନିଙ୍କ ନାମରେ ସିଙ୍ଗାପୋର ଓ ହଂକଂରେ ଥିବା ବ୍ୟାଙ୍କ ଖାତାରେ ଜମା କରିଥିଲା। ଇଡି ସନ୍ଦେହ କରୁଛି ଯେ ‌ସେହି କମିସନ ଟଙ୍କାକୁ କଂପାନି ତିନି ସରକାରୀ କଂପାନିର ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ଜମା କରିଥିଲା।

ସମ୍ବନ୍ଧିତ ଖବର