ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନି ଏଚସିଏଲ୍ ଟେକ୍ନୋଲୋଜିଜ୍ର ନୂଆ ମୁଖ୍ୟ ରୋଶନି ନାଦର ମାଲହୋତ୍ରା ହୋଇଛନ୍ତି। କମ୍ପାନିର ସହ ପ୍ରତିଷ୍ଠାତା ତଥା ରୋଶନିଙ୍କ ବାପା ଶିବ ନାଦର ଇସ୍ତଫା ଦେବା ପରେ ଝିଅଙ୍କ ହାତରେ ଏହି ଦାୟିତ୍ବ ଅର୍ପଣ କରାଯାଇଛି। ରୋଶନି ଭାରତର ଧନୀ ମହିଳା ଭାବେ ପରିଚିତ। ୩୮ ବର୍ଷୀୟ ରୋଶନି କମ୍ପାନି ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଥିବାବେଳେ ଏବେ ସେ ଅଧ୍ୟକ୍ଷ ପଦ ସମ୍ଭାଳିବେ। ତେବେ ଶିବ ନାଦର କମ୍ପାନିର ଏମଡି ତଥା ମୁଖ୍ୟ କୌଶଳ ଅଧିକାରୀ ଭାବେ ମଧ୍ୟ କମ୍ପାନିରେ କାର୍ଯ୍ୟ କରିବେ। ନୂଆଦିଲ୍ଲୀରେ ଜନ୍ମିତ ରୋଶନି କେଲଗ ସ୍କୁଲ ଅଫ ମ୍ୟାନେଜମେଣ୍ଟରୁ ଏମବିଏ ଡିଗ୍ରି ହାସଲ କରିଛନ୍ତି। ଆଇଆଇଏଫଏଲ ହୁରୁନ ଇଣ୍ଡିଆ ତାଲିକା ଅନୁଯାୟୀ ରୋଶନି ଦେଶର ଶୀର୍ଷ ଧନୀ ମହିଳା ରହିଥିଲେ। ତାଙ୍କର ସମ୍ପତ୍ତି ୩୧,୪୦୦ କୋଟି ଟଙ୍କା ରହିଛି।
ଏଚ୍ସିଏଲ୍ର ନୂଆ ମୁଖ୍ୟ ହେଲେ ରୋଶନି
/sambad/media/post_attachments/wp-content/uploads/2020/07/roshni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)