ରୋଟୋମ୍ୟାକ୍‌ ପେନ୍‌ ମାଲିକ ଦେଶ ଛାଡ଼ି ପଳାଇଲେ!

କାନପୁର: ରୋଟୋମ୍ୟାକ୍‌ ବ୍ରାଣ୍ଡ୍‌ ନାମରେ ପେନ୍‌ ବିକ୍ରି କରୁଥିବା କଂପାନିର ମାଲିକ ବିକ୍ରମ କୋଠାରି ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଦେଶ ଛାଡ଼ି ପଳାଇଥିବା ଚର୍ଚା ହେଉଛି। ଗଣମାଧ୍ୟମରେ ଏଭଳି ଖବର ପ୍ରଚାରିତ ହେବା ପରେ କୋଠାରି ମୁହଁ ଖୋଲିଛନ୍ତି। ଏହି ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ସେ କହିଛନ୍ତି। କୋଠାରି ନିଜ କଂପାନି ପାଇଁ କିଛି ବର୍ଷ ପୂର୍ବେ ୫-୬ଟି ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇଥିଲେ। କଂପାନି ଭଲ ନଚାଲିବାରୁ ସେ ଋଣ ପରିଶୋଧ କରିପାରିନାହିଁ। ଆହ୍ଲାବାଦ ବ୍ୟାଙ୍କରୁ ୩୫୨ କୋଟି ଏବଂ ୟୁନିଅନ ବ୍ୟାଙ୍କରୁ ୪୮୫ କୋଟି ଟଙ୍କାର ଋଣ ନେଇ ସେ ପରିଶୋଧ କରିନାହାନ୍ତି। ଋଣ ପାଇଁ ଯେଉଁ ସବୁ ସମ୍ପତ୍ତି ବନ୍ଧକ ରଖାଯାଇଥିଲା ତାହାକୁ ବ୍ୟାଙ୍କଗୁଡ଼ିକ ଜବତ କରିଛନ୍ତି। ସେଗୁଡ଼ିକ ଯେତେବେଳେ ବ୍ୟାଙ୍କଗୁଡ଼ିକ ବିକ୍ରି କରିବାକୁ ବାହାରିଲେ କୋଠାରି ନିଜ କାରବାରକୁ ଦେବାଳିଆ ଘୋଷଣା କରିବା ସହିତ ମାମଲାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌(ଏନ୍‌ସିଏଳ୍‌ଟି)କୁ ନେଇଯାଇଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ଚଳିତ ମାସ ୨୨ରେ ହେବ।

ସମ୍ବନ୍ଧିତ ଖବର