ରୋଟୋମ୍ୟାକ୍‌ର ୧୧ ବ୍ୟାଙ୍କ ଆକାଉଣ୍ଟ ଜବତ

ନୂଆଦିଲ୍ଲୀ,: ରୋଟୋମ୍ୟାକ୍‌ ପେନ୍‌ କମ୍ପାନି ମାଲିକ ବିକ୍ରମ କୋଠାରିଙ୍କ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇ ଘଟଣାରେ ସିବିଆଇ ଓ ଇଡି ପରେ ଏବେ ଆୟକର ବିଭାଗ ତତ୍ପରତା ପ୍ରକାଶ କରିଛି। ଆୟକର ବିଭାଗ ପକ୍ଷରୁ ଏହି କମ୍ପାନି ଏବଂ ଏହାର ପ୍ରତିଷ୍ଠାତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଗତରାତିରେ ଜବତ କରାଯାଇଛି। ଏହି ଆକାଉଣ୍ଟ ଗୁଡ଼ିକ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ ଶାଖାରେ ରହିଛି। ଆୟକର ବିଭାଗକୁ ରୋଟୋମ୍ୟାକ୍‌ କମ୍ପାନି ୮୫ କୋଟି ଟଙ୍କାର ଟିକସ ଦେଇନାହିଁ। ଏହି ଟିକସ ରାଶିକୁ ଆଦାୟ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଜବତ କରାଯାଇଥିବା କୁହାଯାଉଛି। ଗତବର୍ଷ ଜାନୁଆରିରେ ମଧ୍ୟ କମ୍ପାନିର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଆୟକର ବିଭାଗ ଜବତ କରିଥିଲା।

ସମ୍ବନ୍ଧିତ ଖବର