ଭୁବନେଶ୍ବର: ରୟାଲ ଏନଫିଲ୍‌ଡର ପ୍ରିମିୟମ ରୋଡଷ୍ଟର୍‌ ଗରିଲା ୪୫୦ର ବଜାରପ୍ରବେଶ ଆଜି କରାଯାଇଛି। ଏହାର ଏକ୍ସସୋ’ରୁମ୍ ମୂଲ୍ୟ ୨ ଲକ୍ଷ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଚାଳକଙ୍କୁ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଏହି ଶକ୍ତିଶାଳୀ ବାଇକ୍‌ ନିର୍ମାଣ ହୋଇଛି। ଯୁବବର୍ଗ ଏବଂ ଷ୍ଟାଇଲ ସଚେତନ ବ୍ୟକ୍ତିଙ୍କୁ ଏହି ଗାଡ଼ି ବେଶ୍‌ ପସନ୍ଦ ଆସିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Advertisment

ଭାରତରେ ଏହି ଗାଡ଼ି ୩ଟି ଭାରିଆଣ୍ଟ ଯଥା ଆନାଲଗ, ଡ୍ୟାସ୍‌ ଓ ଫ୍ଲାସ୍‌ ଏବଂ ୬ଟି ବିକଳ୍ପରେ ଉପଲବ୍ଧ। ଏଥିରେ ରାଉଣ୍ଡ୍‌ ହେଡଲାଇଟ, ୧୭ ଇଞ୍ଚର ଆଲଏ ହ୍ବିଲ, ଟେଲିସ୍କୋପିକ ଫର୍କ ଭଳି ସ୍ବତନ୍ତ୍ର ସୁବିଧା ରହିଛି। ଭୁବନେଶ୍ବର ଓ କଟକର ୬ଟି ସୋରୁମ୍‌ରେ ଆଜି ଏହାର ଉନ୍ମୋଚନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଭୁବନେଶ୍ବରର ୪ଟି ଏବଂ କଟକର ଦୁଇଟି ସୋ’ରୁମ୍‌ ରହିଛି। ଭୁବନେଶ୍ବରର ସୋ’ରୁମ୍‌ ଗୁଡ଼ିକ ହେଲା ମଞ୍ଚେଶ୍ବର ଏବଂ ପଟିଆ ସ୍ଥିତ ଗୁଗ୍‌ନାନୀ ଅଟୋ, ସିଆର୍‌ପି ଛକର ତୃପ୍ତି ଅଟୋ, ଲୁଇସ୍‌ ରୋଡ୍‌ର ଜୟବାବା ଅଟୋ। କଟକର ଦୁଇଟି ସୋରୁମ୍‌ ହେଲା ବାଦାମବାଡ଼ିସ୍ଥିତ ଅନ‌ମୋଲ ମୋଟର୍ସ ଏବଂ ଫୁଲନଖରାସ୍ଥିତ ଖିମ୍‌ଜୀ ଅଟୋ। ମଞ୍ଚେଶ୍ବରସ୍ଥିତ ଗୁଗ୍‌ନାନୀ ଅଟୋରେ କମ୍ପାନିର ଏଏସ୍‌ଏମ୍‌ ପ୍ରତୀକ କୁମାର, ସେଲ୍‌ସ ମ୍ୟାନେଜର ପ୍ରଭାତ କୁମାର ପ୍ରଧାନ ଓ ବ୍ରାଣ୍ଡ୍‌ ଚାମ୍ପ୍‌ ବିଶ୍ବେଶ୍ବର ସାହୁ; ପଟିଆ ସ୍ଥିତ ଗୁଗନାନୀ ଅଟୋରେ ତତ୍ବାବଧାୟକ ରାଜେଶ ଗୁଗୁନାନୀ, ଆଞ୍ଚଳିକ ମାର୍କେଟିଂ ମୁଖ୍ୟ ସାଜିଦ ଖାନ୍ ଏବଂ ଆଞ୍ଚଳିକ ବିଜନେସ୍‌ ମୁଖ୍ୟ ନରେନ୍ଦ୍ର ସ; ନୂଆପଲ୍ଲୀସ୍ଥିତ ତୃପ୍ତି ଅଟୋରେ ତତ୍ବାବଧାୟକ ରୁଦ୍ର ନାରାୟଣ ସାମନ୍ତରାୟ, ଜିଏମ୍‌ ରାଜେଶ ବେହେରା ଏବଂ ଏବିଏମ୍‌ ସୁମନ୍ତ କୁମାର ସିଂ; ଲୁଇସରୋଡ୍‌ସ୍ଥିତ ଜୟବାବା ଅଟୋମୋବାଇଲରେ କମ୍ପାନିର ଏଏସଏମ୍‌ ଭିକ୍ଟର ଜର୍ଜ, ଓନର ପ୍ରିନ୍ସିପାଲ ମାଧମ ଲୋଧା, ଡିଲର ପ୍ରିନ୍ସିପାଲ ହର୍ଷିତ ଲୋଧା ପ୍ରମୁଖ ଉପସ୍ଥିତ ଥିଲେ।