ରୟାଲ୍‌ ଏନ୍‌ଫିଲ୍ଡର ନୂଆ ‘ସ୍କ୍ରାମ୍ ୪୧୧’

ଚେନ୍ନାଇ: ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍ ଓ ଶକ୍ତିଶାଳୀ ଇଞ୍ଜିନ ବିଶିଷ୍ଟ ମୋଟରସାଇକଲ୍ ଭେଟି ଦେଉଥିବା ରୟାଲ୍ ଏନ୍‌ଫିଲ୍ଡ ପକ୍ଷରୁ ସ୍କ୍ରାମ୍ ୪୧୧ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ତିନିଟି ଭାରିଆଣ୍ଟ୍‌ ଓ ସାତଟି ରଙ୍ଗରେ ଉପଲବ୍ଧ ହୋଇଥିବା ଏହି ମୋଟରସାଇକଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୨,୦୩,୦୮୫ ଟଙ୍କାରୁ ଆରମ୍ଭ ହୋଇଛି। ଏହାର ବୁକିଂ ଓ ଟେଷ୍ଟ ରାଇଡ୍‌କୁ ମଧ୍ୟ କଂପାନି ଆରମ୍ଭ କରିଛି। କଂପାନି ପ୍ରଥମେ ଏହାକୁ ଭାରତରେ ବିକ୍ରି କରିବା ପରେ ପରବର୍ତୀ ସମୟରେ ୟୁରୋପ ଓ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିକ୍ରି କରିବ। ନୂଆ ସ୍କ୍ରାମ୍ ୪୧୧ରେ ଏକ ୪୧୧ ସିସିର ଇଞ୍ଜିନ ବ୍ୟବହାର କରାଯାଇଥିବା ବେଳେ ଟେଲିସ୍କୋପିକ୍ ସସ୍‌ପେନ୍‌ସନ୍ ଓ ଡୁଆଲ୍ ଚ୍ୟାନେଲ୍ ଏବିଏସ୍‌ ସୁବିଧା ରହିଛି।

ସମ୍ବନ୍ଧିତ ଖବର