ଭୁବନେଶ୍ବର: ଜିଏସ୍ଟି ପରିଷଦ ପକ୍ଷରୁ ଜିଏସ୍ଟି ସ୍ଲାବ୍ରେ ହ୍ରାସ କରାଯିବା ପରେ ରୟାଲ୍ ଏନ୍ଫିଲ୍ଡର ଲୋକପ୍ରିୟ ୩୫୦ ସିସି ମୋଟରସାଇକଲ୍ ଦାମ୍ଗୁଡ଼ିକରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିଛି। ପୂର୍ବରୁ ଏହି ଧରଣର ମୋଟରସାଇକଲ୍ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗିଥିଲା ଯାହାକୁ ୧୮%କୁ ହ୍ରାସ କରାଯାଇଛି। ଫଳରେ ରୟାଲ୍ ଏନ୍ଫିଲ୍ଡର ବିଭିନ୍ନ ମଡେଲ୍ ଦାମ୍ କମ୍ ହୋଇଛି। କମ୍ପାନିର ହଣ୍ଟର ୩୫୦, କ୍ଲାସିକ୍ ୩୫୦, ବୁଲେଟ୍ ୩୫୦ ଓ ମିଟିଅର୍ ୩୫୦ ଦାମରେ ହ୍ରାସ ଘଟିଛି।
ରୟାଲ୍ ଏନ୍ଫିଲ୍ଡ ଡିଲର୍ସିପ୍ଗୁଡ଼ିକରେ ଗ୍ରାହକମାନଙ୍କ ଭିଡ଼ ବଢ଼ିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକମାନେ ନବରାତ୍ରୀ ଓ ଦଶହରା ପୂର୍ବରୁ ନିଜ ପସନ୍ଦର ମୋଟରସାଇକଲ୍ ନେଇ ଉତ୍ସବ ପାଳନ କରିବାକୁ ଚାହୁଛନ୍ତି। କମ୍ପାନିର ଜଣେ ଡିଲର୍ କହିଛନ୍ତି ଯେ ଆମ ଗ୍ରାହକଙ୍କ ପାଇଁ ଏହା ଏକ ଉତ୍ସବ ଉପହାର ଭଳି ଆସିଛି। ଅଧିକାଂଶ ଗ୍ରାହକ ଉତ୍ସବ ସମୟରେ ଡେଲିଭରି ନେବାକୁ ଚାହୁଛନ୍ତି। ନୂଆ ମଡେଲ୍ ଉପଲବ୍ଧ ହୋଇଥିବା ବେଳେ ଫାଇନାନ୍ସ ଓ ଏକ୍ସଚେଞ୍ଜ ଅଫର ପ୍ରତି ଅଧିକ ଚାହିଦା ଦେଖିବାକୁ ମିଳିଥିବା ସେ କହିଛନ୍ତି। ଗ୍ରାହକଙ୍କ ଭିଡ଼ ମୁକାବିଲା କରିବା ଲାଗି କମ୍ପାନିର ଡିଲର୍ସିପ୍ଗୁଡ଼ିକ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଆସନ୍ତା ସପ୍ତାହଗୁଡ଼ିକରେ ରେକର୍ଡ ବୁକିଂ ଆଶା କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/fhsfsfhsfhfh-2025-09-26-02-00-40.jpg)