ଯାନ୍ତ୍ରିକ ତ୍ରୁଟି ଯ଼ୋଗୁଁ ୨.୩୭ ଲକ୍ଷ ମୋଟରସାଇକେଲ ଫେରାଇ ନେବ ରୟାଲ ଏନଫିଲଡ୍

ନୂଆଦିଲ୍ଲୀ : ରୟାଲ ଏନଫିଲଡ ମୋଟରସାଇକେଲ ପ୍ରାୟ ୨ ଲକ୍ଷ ୩୭ ହଜାର ମୋଟରସାଇକେଲ ଫେରାଇ ନେବାକୁ ଘୋଷଣା କରିଛି । ଏସବୁ ମୋଟରସାଇକେଲ ଡିସେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ବିକ୍ରି ହୋଇଥିଲା । ଏସବୁ ମୋଟରସାଇକେଲରେ ଥିବା କେତେକ ତ୍ରୁଟି ସଜାଡ଼ିବାକୁ କମ୍ପାନି ପକ୍ଷରୁ ଏହି ନିଷ୍ପତ୍ତି ନିଆଯ଼ାଇଛି ।

କମ୍ପାନି ପକ୍ଷରୁ ବୁଧବାରଦିନ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯ଼ାଇଛି ଯ଼େ ଡିସେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ଭାରତ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ମାଲେସିଆରେ ବିକ୍ରି ହୋଇଥିବା କ୍ଲାସିକ, ବୁଲେଟ ଓ ମେଟେର ମଡେଲର ରୟାଲ ଏନଫିଲଡ ମୋଟରସାଇକେଲର ଇଗନିସନ କଏଲରେ କେତେକ ତ୍ରୁଟି ରହିଛି । ଏହି ତ୍ରୁଟି ଇଂଜିନର ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି । କେତେକ କ୍ଷେତ୍ରରେ ଏହା ଇଂଜିନ ମିସଫାୟାରିଂ କରୁଛି, ଗାଡ଼ିର ପ୍ରଦର୍ଶନକୁ ପ୍ରଭାବିତ କରୁଛି କିମ୍ବା ସର୍ଟ ସର୍କିଟ କରୁଛି । ଏହି ତ୍ରୁଟ ସଜାଡ଼ିବାକୁ ଏହି ଘୋଷଣା କରାଯ଼ାଇଛି । କମ୍ପାନି ଫେରସ୍ତ ନେଇଥିବା ମୋଟସାଇକେଲ ଗୁଡ଼ିକର ତ୍ରୁଟିଯ଼ୁକ୍ତ ଅଂଶକୁ ସଜାଡ଼ିବା କିମ୍ବା ବଦଳାଇବା ପରେ ପୁଣି ଗ୍ରାହକଙ୍କୁ ଫେରାଇଦିଆଯ଼ିବ ।

ସମ୍ବନ୍ଧିତ ଖବର