ବୁକିଙ୍ଗ୍‌ ବେଳେ ରୟାଲ୍‌ ଏନ୍‌୍‌ଫିଲ୍ଡ େଓ୍ଵବସାଇଟ୍‌ କ୍ରାସ୍‌

ନଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିସ୍‌ ସେନା ବ୍ୟବହାର କରୁଥିବା ରୟାଲ୍‌ ଏନ୍‌୍‌ଫିଲ୍ଡ ବାଇକ୍‌କୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରୟାଲ୍‌ ଏନ୍‌ଫିଲ୍ଡ କ୍ଲାସିକ୍‌ ୫୦୦ ପେଗାସସ୍‌ ନାମକ ଏହି ବାଇକ୍‌ର ବୁକିଙ୍ଗ୍‌ ବେଳେ କଂପାନିର େଓ୍ଵବସାଇଟ୍‌ କ୍ରାସ୍‌ ହୋଇଯାଇଛି। ବିକ୍ରି ପାଇଁ ମାତ୍ର ୧୦୦୦ଟି କ୍ଲାସିକ୍‌ ୫୦୦ ପେଗାସସ୍‌ ଉପଲବ୍ଧ ହେବ। ସେଥି ମଧ୍ୟରୁ ୨୫୦ଟି ଭାରତ ଭାଗରେ ପଡ଼ିବ। ଗତ ୧୦ ତାରିଖ ଦିନ ୨ଟାରେ ଏଥିପାଇଁ ବୁକିଙ୍ଗ୍‌ ଆରମ୍ଭ କରାଯାଇଛି। ଏହାର କିଛି ମିନିଟ୍‌ ମଧ୍ୟରେ କଂପାନିର େଓ୍ଵବ୍‌ସାଇଟ୍‌ କ୍ରାସ୍‌ କରିଯାଇଥିଲା। ଗ୍ରାହକମାନେ ବୁକିଙ୍ଗ୍‌ କରିପାରିନଥିଲେ। କଂପାନି ପକ୍ଷରୁ ଏଥିପାଇଁ ଦୁଃଖ ପ୍ରକାଶ କରାଯାଇଛି। ଖୁବ୍‌ଶୀଘ୍ର ବୁକିଙ୍ଗ୍‌ର ନୂଆ ତାରିଖ ବିଷୟରେ ସୂଚନା ପ୍ରଦାନ କରାଯିବ ବୋଲି କଂପାନି ପକ୍ଷରୁ କରାଯାଇଛି। ରୟାଲ୍‌ ଏନ୍‌ଫିଲ୍ଡ କ୍ଲାସିକ୍‌ ୫୦୦ ପେଗାସସ୍‌ର ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର