ଭୁବନେଶ୍ବର: ରୟାଲ୍ ଏନ୍ଫିଲ୍ଡ ପକ୍ଷରୁ ନୂଆ ମୋଟରସାଇକଲ୍ ବିୟର ୬୫୦କୁ ଓଡ଼ିଶା ବଜାରରେ ବିଭିନ୍ନ ସ୍ଥାନରେ ଉନ୍ମୋଚନ କରାଯାଇଛି। ଏହି ମୋଟରସାଇକଲ୍ରେ ରହିଛି କମ୍ପାନିର ଲୋକପ୍ରିୟ ୬୫୦ ସିସି ଟ୍ବିନ୍ ସିଲିଣ୍ଡର ଇଞ୍ଜିନ। ଏହାର ୨-୧ ଏକ୍ଜଷ୍ଟ ଇଞ୍ଜିନର ପ୍ରଦର୍ଶନ ବଢ଼ାଉଛି। ଏଥିରେ ରହିଛି ଦ୍ବେତ ଉଦ୍ଦେଶ୍ୟ ଉପଯୋଗୀ ଟାୟାର ଓ ବଦଳିପାରୁଥିବା ଏବିଏସ୍। ଖରାପ ରାସ୍ତାରେ ଏହାକୁ ଚଲାଇବା ବେଳେ ପଛ ଏବିଏସ୍କୁ ବଦଳାଇହେବ। ଏହା ବ୍ୟତୀତ ଏହି ମୋଟରସାଇକଲ୍ରେ ରହିଛି ଏଲ୍ଇଡି ହେଡ୍ଲାଇଟ୍, ଟ୍ରିପର୍ ଡ୍ୟାସ୍, ୟୁଏସ୍ଡି ଫୋର୍କ ଓ ସ୍କ୍ରାମ୍ବଲର ଷ୍ଟାଇଲ୍ର ସିଟ୍। ଏହି ମୋଟରସାଇକଲ୍କୁ ଏଡି ମଲ୍ଡରଙ୍କ ଐତିହାସିକ ଡେଜର୍ଟ ରେସ୍ ବିଜୟରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି।
ବିଭିନ୍ନ ଭାରିଆଣ୍ଟ ଓ ରଙ୍ଗରେ ଏହି ମୋଟରସାଇକଲ୍ ଆସିଛି। ଏହାର ବେସ୍ ଭାରିଆଣ୍ଟ ବ୍ରୋଡ୍ୱାକ୍ ହ୍ବାଇଟ୍ ରଙ୍ଗରେ ଆସିଥିବା ବେଳେ ତାହାର ଏକ୍ସ ସୋ’ରୁମ୍ ଦାମ୍ ୩,୩୯,୦୦୦ ଟଙ୍କା ରହିଛି। ମଧ୍ୟମ ଭାରିଆଣ୍ଟ ପେଟ୍ରୋଲ୍ ଗ୍ରିନ୍ ଓ ୱାଇଲ୍ଡ ହନି ରଙ୍ଗର ହୋଇଥିବା ବେଳେ ତାହାର ଦାମ୍ ୩,୪୪,୦୦୦ ଟଙ୍କା ରହିଛି। ଟପ୍ ଭାରିଆଣ୍ଟ ଗୋଲ୍ଡେନ୍ ସ୍ୟାଡୋ ରଙ୍ଗରେ ଆସିଛି ଯାହାର ଦାମ୍ ୩,୫୧,୦୦୦ ଟଙ୍କା ରହିଛି। ଦି ଟୁ ଫୋର୍ ନାଇନ୍ ସ୍ବତନ୍ତ୍ର ରଙ୍ଗ ଭାରିଆଣ୍ଟର ଦାମ୍ ୩,୫୯,୦୦୦ ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/11/i7vOcoDlFyJpJV6WdrF1.jpg)