ଭୁବନେଶ୍ବର: ରୟାଲ୍ ଏନ୍ଫିଲ୍ଡ ପକ୍ଷରୁ ଫୁଲନଖରା ଠାରେ ଥିବା ‘ଖିମ୍ଜୀ ରୟାଲ୍ ଏନ୍ଫିଲ୍ଡ’ ସୋ’ରୁମ୍ରେ ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ କଂପାନିର କ୍ଲଷ୍ଟର ମୁଖ୍ୟ-ଓଡ଼ିଶା ସଂଗ୍ରାମ ସାହୁ ଉପସ୍ଥିତ ଥିଲେ। ଏହି ସୋ’ରୁମ୍ରେ ୩ଏସ୍ ସୁବିଧା ରହିଥିବା ବେଳେ ଏହାର ୩ଟି ଷ୍ଟୁଡିଓ ସେଣ୍ଟର୍ ଜଗତସିଂହପୁର, ସାଲେପୁର ଓ ଚୌଦ୍ବାରରେ ରହିଛି। ନିଆଳି ଓ ଚାରିଛକ ଠାରେ ଦୁଇଟି ନୂଆ ଷ୍ଟୁଡିଓ ସେଣ୍ଟର୍ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି। ନୂଆ ବିଏସ୍-୬ ମଡେଲ୍ ସିଗ୍ନାଲ୍ସ, ଗନ୍ ଗ୍ରେ, ଷ୍ଟିଲଥ୍ ବ୍ଲାକ୍ ରଙ୍ଗରେ ଆସିଥିବା ବେଳେ ଏଥିରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍, ଆଲଏ ହ୍ବିଲ୍ ଓ କ୍ଲାସିକ୍ କ୍ରୋମ୍ ରହିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହି ବାଇକ୍ର ବୁକିଙ୍ଗ୍ ଓ ଡେଲିଭରି ଜାରି ରହିଛି। ଏଥିପାଇଁ ଆଇଡିଏଫ୍ସି, ହିନ୍ଦୁଜା, ଟାଟା କ୍ୟାପିଟାଲ୍, ଚୋଳମଣ୍ଡଳମ୍ ଏବଂ ଏଚ୍ଡିଏଫ୍ସିର ଫାଇନାନ୍ସ ସୁବିଧା ମିଳୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp