ରେଳବାଇରେ ଚାକିରି ପାଇବା ଲାଗି ସୁବର୍ଣ୍ଣ ସୁଯୋଗ, ଏହି ପଦବି ପାଇଁ ଦଶମ ଶ୍ରେଣୀ ପାସ୍‌ ପ୍ରାର୍ଥୀ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ: ରେଳବାଇ ଆପରେଣ୍ଟିସ୍‌ ପଦବି ପାଇଁ ଆବେଦନ ମାଗିଛି। ଆବେଦନକାରୀଙ୍କ ନିଯୁକ୍ତି କାରପେଣ୍ଟର, ଇଲେକ୍ଟ୍ରିସିୟାନ୍‌, ଷ୍ଟେନୋଗ୍ରାଫର, ପେଣ୍ଟର, ଓ୍ଵୟାରମ୍ୟାନ୍‌ ଓ ଅନ୍ୟ ପଦରେ ହେବ। ଏହି ନିଯୁକ୍ତି ପାଖାପାଖି ୩୧୩ ପଦବି ପାଇଁ ହେବ। ତେବେ ଏହି ପଦବି ପାଇଁ ୧୦ଶ୍ରେଣୀ ପାସ୍‌ ଓ ଆଇଟିଆଇ କରିଥିବା ପ୍ରାର୍ଥୀ ଆବେଦନ କରି ପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି। ଆବେଦନକାରୀ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅଫଲାଇନ୍‌ ଆବେଦନ କରି ପାରିବେ। ରେଳବାଇରେ ଚାକିରି ପାଇବାର ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ରେଲ ଭର୍ତ୍ତି ବୋର୍ଡ ( ଆରଆରବି) ଗ୍ରୁପ୍‌ ସି ପଦବିରେ ନିଯୁକ୍ତି ଲାଗି ପରୀକ୍ଷା କରୁଛି।

 

ଗ୍ରୁପ୍‌ ସି ପରେ ଗ୍ରୁପ୍‌ ଡି ପଦରେ ଭର୍ତ୍ତି ପରୀକ୍ଷା ସେପ୍ଟେମ୍ବର ୧୭ରେ ଆରମ୍ଭ ହେବ। ଆବେଦନକାରୀଙ୍କ ଆଡମିଟ୍‌ କାର୍ଡ ଖୁବ୍‌ ଶୀଘ୍ର ଜାରି କରାଯିବ। ଏହାକୁ ରେଲେଓ୍ଵ ଭର୍ତ୍ତି ବୋର୍ଡର େଓ୍ଵବସାଇଟକୁ ଯାଇ ଡାଉନ୍‌ଲୋଡ କରି ପାରିବେ। ଏହି ପଦ ପାଇଁ ପ୍ରାର୍ଥୀଙ୍କ ଜନ୍ମ ୧୭.୦୮.୧୯୯୪ରୁ ୧୬.୦୮.୨୦୦୩ ମଧ୍ୟରେ ହୋଇଥିବା ଆବଶ୍ୟକ। ଚୟନ ମେରିଟ ଅଧାରର ହେବ।

ପ୍ରାର୍ଥୀ ପାସ୍‌ପୋର୍ଟ ଆକାରର ଫଟୋ ସହିତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଓ ଅନ୍ୟ ପ୍ରମାଣପତ୍ର ସହିତ -South East Central Railwaym, Mohan Nagar, Nagpur, Maharashtra -440001 ଠିକଣାରେ ଆବେଦନ ପଠାଇ ପାରିବେ।

ସମ୍ବନ୍ଧିତ ଖବର