ରେଳବାଇର ଖାଲି ଥିବା ପଦବିରେ ଆବେଦନ କରିବା ପୂର୍ବରୁ ଜାଣି ନିଅନ୍ତୁ ନିୟମରେ ହୋଇଥିବା ଏହି ପରିବର୍ତ୍ତନ ସମ୍ପର୍କରେ

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ୯୦,୦୦୦ ଲୋକ ପାଇଲଟ ଏବଂ ଟେକ୍‌ନିସିୟାନ୍  ପଦବି ପୂରଣ ପାଇଁ ସୂଚନା ଜାରି କରାଯାଇଛି। ତେବେ ଏହି ପଦବି ଲାଗି ଆବେଦନ ପାଇଁ ନିକଟରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା ରଖାଯାଇଛି। ତେବେ ଆସନ୍ତୁ ଜାଣିବା ରେଳବାଇର ପଦବି ପୂରଣ ପାଇଁ ଆବେଦକଙ୍କ ପାଇଁ କେଉଁସବୁ ନିୟମର ପରିବର୍ତ୍ତନ କରାଯାଇଛି।

୧. ଏଣିକି  ଲୋକୋ ପାଇଲଟ ଏବଂ ଟେକ୍‌ନିସିୟାନ୍‌ର ପଦବି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଆଇଟିଆଇ ସାର୍ଟିଫିକେଟର କୌଣସି ଆବଶ୍ୟକ ନାହିଁ। ଫ୍ରେବୁଆରି ୨୨ରେ ଏହି ପଦବି ପାଇଁ ସରକାର ଆଇଟିଆଇ ସାର୍ଟିଫିକେଟ୍‌ ଅନିବାର୍ଯ୍ୟ ଥିବା ବ୍ୟବସ୍ଥାକୁ କୋହଳ କରି ଦେଇଛନ୍ତି। ଆର୍ଥତ୍‌ ଏଣିକି ୧୦ମ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀ ବି ଏହି ପଦବି ପାଇଁ ଆବେଦନ କରିପାରିବେ। ଆଇଟିଆଇ ଅାଇଟିଅାଇ ପାସ୍ ଯୋଗ୍ୟତା ହଟାଇବା ପାଇଁ ରାଜ୍ୟ ବ୍ୟତୀତ ଦେଶରେ ବି ଅନେକ ଦିନ ହେବ ଆନ୍ଦୋଳନ ଚାଲି ଆସୁଥିଲା।

୨. ୨୧ଟି ରେଲେଓ୍ଵ ବୋର୍ଡର ତରଫରୁ ଗ୍ରୁପ୍‌ ଡି ପାଇଁ ୭୦ହଜାର ପଦବି ପୂରଣ ପାଇଁ ସୂଚନା ଜାରି କରାଯାଇଛି।
ରେଲେଓ୍ଵ ଗ୍ରୁପ୍‌ ଡିରେ ଆବେଦନକାରୀଙ୍କ ବୟସ ସୀମା ୨ବର୍ଷ ବୃଦ୍ଧି କରାଯାଇଛି। ଆର୍ଥାତ୍‌ ବୟସ ସୀମା୨୮ରୁ ୩୦ବର୍ଷ କରାଯାଇଛି। ଲେବଲ ୧ ପୋଷ୍ଟ ପାଇଁ ବୟସ ସୀମା ୩୧ରୁ ୩୩ ବର୍ଷ କରାଯାଇଛି।

ରେଳ ମନ୍ତ୍ରାଳୟ ପ୍ରବକ୍ତାଙ୍କ କହିବାନୁସାରେ, ଗ୍ରୁପ୍‌ ସିର ସହାୟକ ଲୋକୋ ପାଇଲଟ ଓ ଟେକନିସିୟାନ୍‌ ପଦ ପାଇଁ ସାଧାରଣବର୍ଗଙ୍କ ବୟସ ସୀମା ୨୮ରୁ ୩୦, ଓବିସିଙ୍କ ୩୧ରୁ ୩୩ ଓ ଏସ୍‌ସି-ଏସ୍‌ଟିଙ୍କ ୩୩ରୁ ୩୫ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସେହିପରି ଗ୍ରୁପ୍‌ ଡିର ଗାଙ୍ଗମ୍ୟାନ୍, ଟେକ୍‌ମେନ୍‌, ଫିଟର, ଓ୍ଵଲଡର, ପୋର୍ଟର, ଗେଟମେନ୍‌ ଆଦି ପାଇଁ ସାଧାରଣ ବର୍ଗଙ୍କ ବୟସ ସୀମା ୩୧ରୁ ୩୩ ଓ ଓବିସି ପାଇଁ ୩୪ରୁ ୩୬ ଓ ଏସ୍‌ସି ଓ ଏସ୍‌ଟି ପାଇଁ ୩୬ରୁ ୩୮ବର୍ଷ ବୃଦ୍ଧି କରାଯାଇଛି।

୩. ରେଳମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି କି, ରେଳ ବିଭାଗ ପଦବି ପୂରଣ ପାଇଁ ପରୀକ୍ଷା ଶୁଳ୍କ ବୃଦ୍ଧି କରାଯାଇ ନାହିଁ। ଯଦି ଆବେଦନକାରୀ ଏହି ପଦବିରେ ପରୀକ୍ଷା ନ ଦିଅନ୍ତି ପରବର୍ତ୍ତୀ ସମୟରେ ଏହି ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ। ଚଳିତବର୍ଷ ୯୦,୦୦୦ ପଦବି ପୂରଣ ପାଇଁ ସୂଚନା ଜାରି କରାଯାଇଛି। ଏହି ପଦବି ପୂରଣ ପାଇଁ ଆରକ୍ଷିତ ବର୍ଗଙ୍କ ପାଇଁ ୨୫୦ଟଙ୍କା ଓ ଅଣଆରକ୍ଷିତ ବର୍ଗଙ୍କ ପାଇଁ ୫୦୦ଟଙ୍କା ପରୀକ୍ଷା ଶୁଳ୍କ ରଖା ଯାଇଛି। ଏହାପୂର୍ବରୁ ଏହି ଶୁଳ୍କ ମାତ୍ର ୧୦୦ଟଙ୍କା ଥିଲା।

ତେବେ ଏହାକୁ ନେଇ ପିୟୁଷ ଗୋଏଲ କହନ୍ତି, ଏଭଳି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି ପରୀକ୍ଷା ପାଇଁ ଗମ୍ଭୀର ଥିବା ଆବେଦନକାରୀ ହିଁ କେବଳ ଆବେଦନ କରିବେ। ଅନେକ ଥର ଆବେଦନ କରି ଆବେଦନକାରୀ ପରୀକ୍ଷା ଦେଇ ନଥାଆନ୍ତି। ଫଳରେ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ତେବେ ଯଦି ଆବେଦନକାରୀ ପରୀକ୍ଷା ଦିଅନ୍ତି ତେବେ ବୃଦ୍ଧି କରାଯାଇଥିବା ଶୁଳ୍କ ସେମାନଙ୍କୁ ଫେରାଇ ଦିଆଯିବ।

୪. ଆବେଦନକାରୀ କୌଣସି ଭାଷାରେ ବି ଦସ୍ତଖତ କରି ପାରିବେ। ପୂର୍ବରୁ କେବଳ ହିନ୍ଦୀ ଓ ଇଂରାଜୀରେ ଦସ୍ତଖତ ହେଉଥିଲା।

ସୌଜନ୍ୟ: ଲାଇଭ୍‌ ହିନ୍ଦୁସ୍ଥାନ

 

ସମ୍ବନ୍ଧିତ ଖବର