ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ସହିତ ସୁବର୍ଣ୍ଣ ସୁଯୋଗ ରହିଛି। ରେଳବାଇ (ରେଲେଓ୍ଵ, ଆରଆରବି)ଅପ୍ରେନ୍ଟିସ୍ ଜରିଆରେ ୨୦୨୯ଟି ଖାଲି ଥିବା ପଦ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଛି। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।
ଆବେଦନ କରିବାର ଶେଷ ତାରିଖ ୨୦୧୯ ଡିସେମ୍ବର ୮ ତାରିଖ ଯାଏଁ ରହିଛି। ଏହି ପାଇଁ ୧୦ମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରି ପାରିବେ। ଯଦି ଆପଣ ବି ଏହି ପଦ ପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ନିମ୍ନୋ ଲିଖିତ ସୂଚନା ଅନୁସାରେ ଆବେଦନ କରନ୍ତୁ।
ପଦ ସଂଖ୍ୟା: ୨୦୨୯
ଯୋଗ୍ୟତା: ୧୦ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରି ପାରିବେ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ୧୫ ବର୍ଷ ହେବା ଆବଶ୍ୟକ। ସର୍ବାଧିକ ବୟସ ସୀମାରୁ ଏସ୍ସି/ଏସ୍ଟି ପ୍ରାର୍ଥୀଙ୍କୁ ୫ବର୍ଷ ଓ ଓବିସି ପ୍ରାର୍ଥୀଙ୍କୁ ୩ବର୍ଷର ଛାଡ ଦିଆଯିବ।
ଆବେଦନ ମୂଲ୍ୟ: ୧୦୦ଟଙ୍କା।
ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ rrcjaipur.inକୁ ଯାଇ ଆବେଦନ କରି ପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/railway_img1.jpg)