ବେଙ୍ଗାଲୁରୁ: ୬୪ଟି ବ୍ୟାଙ୍କ୍ରେ ୩ କୋଟି ରୁ ଊର୍ଦ୍ଧ୍ୱ ଆକାଉଣ୍ଟ୍ଧାରୀଙ୍କର ପ୍ରାୟ ୧୧, ୩୦୨ କୋଟି ଟଙ୍କା ପଡ଼ି ରହିଛି ଯାହାର କେହି ଦାବିଦାର ନାହାନ୍ତି। ଏ କଥା ପ୍ରକାଶ ପାଇଛି ରିଜର୍ଭ ବ୍ୟାଙ୍କ୍ର ଡାଟାରେ।
ଏଥିରୁ ସବୁଠୁ ଅଧିକ ଅର୍ଥରାଶି- ୧, ୨୬୨ କୋଟି ଟଙ୍କା ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରେ। ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ରେ ରହିଛି ୧, ୨୫୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କ୍ରେ ସମୁଦାୟ ରହିଛି ୭, ୦୪୦ କୋଟି ଟଙ୍କା।
ଆଇଆଇଏମ୍-ବି ସ୍ଥିତ ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଚେୟାର ପ୍ରଫେସର ଚରଣ ସିଂହ କହନ୍ତି: ଏହି ଜମା ରାଶି ମଧ୍ୟରୁ ଅଧିକାଂଶ ମୃତ୍ୟୁ ବରଣ କରିଥିବା ଆକାଉଣ୍ଟଧାରୀମାନଙ୍କର କିଂବା, ବହୁ ଜମାଖାତାଧାରୀ ଲୋକମାନଙ୍କର। ଏଥିରୁ ଅଧିକାଂଶ ଅର୍ଥ ବେନାମି ବୋଲି କହିହେବ ନାହିଁ।
୧୯୪୯ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ୍ ଅନୁସାରେ, ୧୦ ବର୍ଷ ହେବ ଅପରେଟ୍ ହୋଇ ନ ଥିବା ଭାତର ସବୁ ଜମାଖାତାର ରିଟର୍ଣ୍ଣ ପ୍ରତି ଆର୍ଥିକ ବର୍ଷ ଶେଷ ହେବାର ୩୦ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ରେ ଦାଖଲ କରିବା ବାଧ୍ୟତାମୂଳକ।
କିନ୍ତୁ, ଧାରା ୨୬ଏ ଅନୁସାରେ, ୧୦ ବର୍ଷ ପରେ ମଧ୍ୟ ଜଣେ ଜମାକାରୀ ଅପରେଟ୍ ହୋଇ ନ ଥିବା ଜମାଖାତାରେ ଥିବା ନିଜ ଅର୍ଥରାଶି ଉଠାଇବା ପାଇଁ ଦାବି କରି ପାରିବେ।
ଅଚଳ ବ୍ୟାଙ୍କ୍ ଖାତରେ ସଞ୍ଚିତ ଅର୍ଥରାଶିକୁ ଡିପୋଜିଟର୍ ‘ଏଡୁକେସନ୍ ଆଣ୍ଡ୍ ଆଓ୍ଵାର୍ନେସ୍ ଫଣ୍ଡ୍’ରେ ରଖା ଯାଇଥାଏ। ଏହି ବ୍ୟବସ୍ଥା ୨୦୧୨ ବ୍ୟାଙ୍କିଙ୍ଗ୍ ଲ’ଜ୍ ଆକ୍ଟ୍ ସଂଶୋଧିତ ଅନୁମୋଦିତ ହୋଇଥିଲା।
ରିଜର୍ଭ ବ୍ୟାଙ୍କ୍ କହିବା ଅନୁସାରେ, ଆକ୍ସିସ୍, ଡିସିବି, ଏଚ୍ଡିଏଫ୍ସି, ଆଇସିଆଇସିଆଇ, ଇଣ୍ଡସ୍ଇଣ୍ଡ୍, କୋଟାକ୍ ମହିନ୍ଦ୍ରା ଆଣ୍ଡ୍ ୟେସ୍ ବ୍ୟାଙ୍କ୍ ଆଦି ଘରୋଇ ବ୍ୟାଙ୍କ୍ରେ ସମୁଦାୟ ୮୨୪ କୋଟି ଟଙ୍କାର ଦାବିଦାର ନ ଥିବା ଜମାରାଶି ରହିଛି। ଅନ୍ୟାନ୍ୟ ୧୨ଟି ଘରୋଇ ବ୍ୟାଙ୍କ୍ରେ ଥିବା ସମୁଦାୟ ୫୯୨ କୋଟି ଟଙ୍କାକୁ ମିଶାଇ ଘରୋଇ ବ୍ୟାଙ୍କ୍ରେ ଏ ଭଳି ୧, ୪୧୬ କୋଟି ଟଙ୍କା ପଡ଼ି ରହିଛି।
ସମସ୍ତ ଘରୋଇ ବ୍ୟାଙ୍କ୍ ମଧ୍ୟରୁ ଦାବିଦାର ନ ଥିବା ସର୍ବାଧିକ ଜମାରାଶି, ଆଇସିଆଇସିଆଇ ବ୍ୟାଙ୍କ୍ରେ ରହିଛି ୪୭୬ କୋଟି ଟଙ୍କା, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ରେ ରହିଛି ୧୫୧ କୋଟି ଟଙ୍କା। ବିଦେଶୀ ବ୍ୟାଙ୍କ୍ରେ ମଧ୍ୟ ୩୩୨ କୋଟି ଦାବିଦାର ନ ଥିବା ଟଙ୍କା ଜମା ରହିଛି। ସେଥିରୁ ଏକା ଏଚ୍ଏସ୍ବିସିରେ ରହିଛି ୧୦୫ କୋଟି ଟଙ୍କା।