ବୀମା ରାଶି ୧୫,୧୬୭ କୋଟି ଟଙ୍କାର ଦାବିଦାର ନାହାନ୍ତି; ସେମାନଙ୍କୁ ଖୋଜିବାକୁ ବୀମା କମ୍ପାନିଙ୍କୁ ଆଇଆର୍‌ଡିଏଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ପ୍ରାୟ ୨୩ଟି ଜୀବନ ବୀମା କମ୍ପାନିରେ ବୀମା ହୋଇଥିବା ସମୁଦାୟ ୧୫,୧୬୭ କୋଟି ଟଙ୍କାର ଦାବିଦାର କିଏ ଜାଣି ହୋଇନାହିଁ। ଏବେ ସେହି ବୀମାର ସମୟସୀମା ପାର୍‌ ହୋଇ ଯାଇଥିଲେ ମଧ୍ୟ ଦାବିଦାରମାନେ ବୀମା ଟଙ୍କା ନେବା ପାଇଁ ମୁଁହ ଖୋଲି ନଥିବା ଆଇଆର୍‌ଡିଏଆଇ ରିପୋର୍ଟ ପ୍ରଦାନ କରିଛି।

ବୀମା ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ବୀମା କମ୍ପାନିମାନଙ୍କୁ ସେହି ଜମାକାରୀମାନଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜମାକରୀମାନଙ୍କୁ ତାଙ୍କର ବୀମା ରାଶି ପ୍ରଦାନ କରିବା ଦାୟିତ୍ୱ ହୋଇଥିବାରୁ ବୋର୍ଡ ସ୍ତରୀୟ କମିଟି ପ୍ରତ୍ୟେକ ବୀମା କମ୍ପାନିକୁ ତାଙ୍କର ପ୍ରକୃତ ଦାବିଦାରଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମୁଦାୟ ଅଣଦାବି ପରିମାଣ ୧୫,୧୬୭ କୋଟି ହୋଇଥିବା ବେଳେ କେବଳ ଲାଇଫ୍‌ ଇନ୍‌ସୁରାନ୍ସ କମ୍ପାନି(ଏଲ୍‌ଆଇସି)ର ଜମା ରାଶି ରହିଛି ୧୦,୫୦୯ କୋଟି ଟଙ୍କା। ଅନ୍ୟ ୨୨ ପ୍ରାଇଭେଟ୍‌ ସେକ୍ଟରର ବୀମା ରାଶି ରହିଛି ୪,୬୫୭.୪୫ କୋଟି ଟଙ୍କା।

ପ୍ରାଇଭେଟ୍‌ ଇନ୍‌ସୁରାନ୍ସମାନଙ୍କ ମଧ୍ୟରୁ ଆଇସିଆଇସିଆଇର ୮୦୭.୪ କୋଟି, ରିଲାଏନ୍ସ ନିପୋନ୍‌ ଲାଇଫ୍‌ ଇନ୍‌ସୁରାନ୍ସର ୬୯୬.୧୨ କୋଟି, ଏସ୍‌ବିଆଇ ଲାଇଫ୍‌ ଇନ୍‌ସୁରାନ୍ସର ୬୭୮.୫୯ କୋଟି, ଏବଂ ଏଚ୍‌ଡିଏଫ୍ସି ଷ୍ଟାଣ୍ଡାର୍ଡ ଲାଇଫ୍‌ ଇନ୍‌ସୁରାନ୍ସର ୬୫୯.୩ କୋଟି ଟଙ୍କାର ଦାବିଦାର ନାହାନ୍ତି।

ସମ୍ବନ୍ଧିତ ଖବର