ଏମ୍ଏସ୍‌ଏମ୍‌ଇ ପାଇଁ ୨୦ ହଜାର କୋଟିର ସ୍କିମ୍

ନାଗପୁର : ଲକ୍‌ଡାଉନ୍ ଦ୍ବାରା ପ୍ରଭାବିତ ହୋଇଥିବା ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଜରୁରୀକାଳୀନ ପାଣ୍ଠି ଯୋଗାଇବା ଲାଗି ଆଜି ୨୦ ହଜାର କୋଟି ଟଙ୍କାର କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରାଯାଇଛି। ଏହା ଦ୍ବାରା ଦୁଇ ଲକ୍ଷରୁ ଅଧିକ ଶିଳ୍ପସଂସ୍ଥା ଲାଭବାନ ହେବେ। କେନ୍ଦ୍ର ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି। ଏହି ସ୍କିମ୍‌ରେ ଋଣ ସୁବିଧା କେବଳ କଂପାନିର ପ୍ରତିଷ୍ଠାତାଙ୍କୁ ପ୍ରଦାନ କରାଯିବ। ସେହି ଋଣକୁ ସଂସ୍ଥାର ଇକ୍ବିଟି ପୁଞ୍ଜି ଭାବେ ବିଚାର କରାଯିବ। କେବଳ ଚାପ ଦେଇ ଗତି କରୁଥିବା ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ଏହି ଋଣ ସୁବିଧା ଦିଆଯିବ। ଅର୍ଥ ମନ୍ତ୍ରଣାଳୟ, ସିଡ୍‌ବି ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ ଆଲୋଚନା କରି ଏହି ସ୍କିମ୍‌ର ରୂପରେଖ ପ୍ରସ୍ତୁତ କରିଛନ୍ତି। ଯେଉଁ ଏମ୍‌ଏସ୍‌ଏମ୍ଇଗୁଡ଼ିକର ଖାତା ୨୦୨୦ ଏପ୍ରିଲ୍ ସୁଦ୍ଧା ଏନ୍‌ପିଏ ବର୍ଗରେ ସାମିଲ ହୋଇଥିବ ସେଭଳି ସଂସ୍ଥାକୁ ଏହି ସ୍କିମ୍‌ର ଲାଭ ମିଳିବ। ସଂସ୍ଥାର ପ୍ରତିଷ୍ଠାତାଙ୍କୁ ତାଙ୍କ ଅଂଶଧନର ୧୫ ପ୍ରତିଶତ କିମ୍ବା ୭୫ ଲକ୍ଷ ଟଙ୍କା ଯାହା କମ୍ ତାହା ଋଣ ଆକାରରେ ଦିଆଯିବ। ଏହି ଋଣ ଉପରେ ୯୦% ଗ୍ୟାରେଣ୍ଟି ଦିଆଯିବ। ବଳକା ୧୦% ପ୍ରତିଷ୍ଠାତା ଦେବେ। ମୂଳଧନ ପରିଶୋଧ କରିବା ଉପରେ ୭ ବର୍ଷର ମୋରାଟୋରିଅମ୍ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର