ଆସନ୍ତାକାଲିଠାରୁ ଏସ୍‌ବିଆଇ ଏଟିଏମ୍‌ରୁ ୪୦ ନୁହେଁ, ଦିନକୁ କାଢ଼ି ପାରିବେ ମାତ୍ର ୨୦ହଜାର ଟଙ୍କା

ମୁମ୍ବାଇ : ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ନିଜ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଥିଲା । ଅକ୍ଟୋବାର ୩୧ ଠାରୁ ଏସ୍‌ବିଆଇ ଗ୍ରାହକମାନେ ଏଟିଏମ୍‌ରୁ ଦୈନିକ ସର୍ବାଧିକ ୪୦,୦୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା ଉଠାଇ ପାରିବେ ବୋଲି ମାସେ ପୂର୍ବରୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ଏହି ନିୟମ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କାଲିଠାରୁ ଆପଣମାନେ ନିଜ ନିଜ ଆକାଉଣ୍ଟରୁ ଏଟିଏମ୍‌ ଜରିଆରେ ଆଉ ୪୦,୦୦୦ ଟଙ୍କା କାଢ଼ିପାରିବେ ନାହିଁ । ଏବେ ଦିନକୁ ଆପଣମାନେ ଅତିବେଶିରେ ୨୦ହଜାର ଟଙ୍କା କାଢ଼ିବା ପାଇଁ ସମର୍ଥ । ଅକ୍ଟୋବର ୧ରେ ଏହି ଘୋଷଣା କରାଯାଇଥିବା ବେଳେ ଅସନ୍ତାକାଲିଠାରୁ ଏହା ଲାଗୁ ହେବାକୁ ଯାଉଛି ।

Zee News

ସୂଚନା ମୁତାବକ,ଏଟିଏମ୍‌ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲା ଏବଂ ଡ଼ିଜିଟାଲ କ୍ୟାସ୍‌ଲେସ୍‌ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଏହି ନିୟମ ଲାଗୁ କରାଯାଇଛି । ଯାହାଦ୍ୱାରା ଲୋକମାନେ ଡ଼ିଜିଟାଲ କାରବାର ଉପରେ ଅଧିକ ଗୁରୁତ୍ୱ ଦେବେ ।

ସମ୍ବନ୍ଧିତ ଖବର