ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଦେଶରେ ୩୬,୩୪୨ କୋଟି ଟଙ୍କା ମୂଲ୍ୟର ୪,୦୭୧ଟି ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଥିଲା। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଏହି ସୂଚନା ପ୍ରଦାନ କରିଛି। ଗତବର୍ଷ ଏହି ସମୟରେ ଠକେଇ ମାମଲା ସଂଖ୍ୟା ୩,୪୯୯ ଥିଲା। ଗତବର୍ଷ ମାମଲା ସଂଖ୍ୟା ତୁଳନାତ୍ମକ ଭାବେ କମ୍ ଥିଲେ ମଧ୍ୟ ଠକେଇରେ ଜଡ଼ିତ ରାଶିର ପରିମାଣ ଦୁଇ ଗୁଣା ଅଧିକ ଅର୍ଥାତ ୬୨,୨୬୧ କୋଟି ଟଙ୍କା ଥିଲା। ୨୦୨୧ର ଏପ୍ରିଲ୍ରୁ ସେପ୍ଟେମ୍ବର ମଧ୍ୟରେ ଅଗ୍ରୀମ ବା ଋଣ କ୍ଷେତ୍ରରେ ୩୫,୦୬୦ କୋଟି ଟଙ୍କାର ୧୮୦୨ଟି ମାମଲା ସାମ୍ନାକୁ ଆସିଥିଲା। ସେହି ସମୟରେ ୬୦ କୋଟି ଟଙ୍କା ଜଡ଼ିତ ଥିବା କାର୍ଡ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ ୧୫୩୨ଟି ମାମଲା ଜଣାପଡ଼ିଥିଲା। ଜମା ସମ୍ପର୍କିତ ୨୦୮ଟି ଠକେଇ ମାମଲା ଚିହ୍ନଟ ହୋଇଥିଲା ଯେଉଁଥିରେ ୩୬୨ କୋଟି ଟଙ୍କା ଜଡ଼ିତ ରହିଛି। ସଂଖ୍ୟା ଦୃଷ୍ଟିରୁ ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଅଧାରୁ ଅଧିକ ଠକେଇ ହୋଇଥିଲା। ମାତ୍ର ମୂଲ୍ୟ ଦୃଷ୍ଟିରୁ ସରକାରୀ ବ୍ୟାଙ୍କରେ ଅଧିକ ଠକେଇ ହୋଇଥିଲା। ସରକାରୀ ବ୍ୟାଙ୍କରେ ଋଣ ସମ୍ପର୍କିତ ଅଧିକ ଠକେଇ ହୋଇଥିଲା। ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଡ, ଇଣ୍ଟରନେଟ୍ ଓ ନଗଦ ରାଶି ସମ୍ପର୍କିତ ଠକେଇର ସଂଖ୍ୟା ଅଧିକ ଥିଲା। ୨୦୨୦-୨୧ ବର୍ଷ ସାରାରେ ମାମଲା ସଂଖ୍ୟା ୭,୩୬୩କୁ ହ୍ରାସ ପାଇଥିବା ବେଳେ ସେଥିରେ ଜଡ଼ିତ ଥିବା ରାଶି ପରିମାଣ ମଧ୍ୟ ୧,୩୮,୪୨୨ କୋଟି ଟଙ୍କାକୁ ହ୍ରାସ ପାଇଥିଲା।
ଛଅ ମାସରେ ୩୬,୩୪୨ କୋଟିର ବ୍ୟାଙ୍କ ଠକେଇ
/sambad/media/post_attachments/wp-content/uploads/2020/10/fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)