ରାସ୍ତା କଡ଼ ବେପାରୀଙ୍କ ପାଇଁ ୫୦୦୦ କୋଟିର ଋଣ, ୫୦ ଲକ୍ଷ ବେପାରୀ ଉପକୃତ ହେବେ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଘୋଷଣା ପରେ ବଞ୍ଚିବା ଲାଗି ସଂଘର୍ଷ କରୁଥିବା ରାସ୍ତାକଡ଼ ବେପାରୀମାନଙ୍କୁ ସହାୟତା ଦେବା ଲାଗି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ଋଣ ବ୍ୟବସ୍ଥା ବିଷୟରେ ଘୋଷଣା କରିଛନ୍ତି। ରାସ୍ତା କଡ଼ ବେପାରୀଙ୍କୁ ସୁବିଧାରେ ଋଣ ଦେବା ଲାଗି ସରକାର ମାସକ ଭିତରେ ଏକ ସ୍କିମ୍ ଆଣିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କୁ ୧୦ ହଜାର ଟଙ୍କାର କାର୍ଯ୍ୟକାରୀ ପୁଞ୍ଜି ଯୋଗାଇ ଦିଆଯିବ।

ପେମେଣ୍ଟ୍‌ ପାଇଁ ଡିଜିଟାଲ୍ ବ୍ୟବସ୍ଥାକୁ ଯେଭଳି ସେମାନେ ଆପଣେଇ ପାରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଯେଉଁ ବେପାରୀମାନଙ୍କ ଋଣ ପରିଶୋଧ କରିବାର ରେକର୍ଡ ଭଲ ରହିବ ସେମାନଙ୍କୁ ଅଧିକ କାର୍ଯ୍ୟକାରୀ ପୁଞ୍ଜି ଯୋଗାଇ ଦିଆଯିବ। ଏହି ସ୍କିମ୍ ମାଧ୍ୟମରେ ଦେଶର ୫୦ ଲକ୍ଷ ରାସ୍ତାକଡ଼ ବେପାରୀଙ୍କୁ ସହାୟତା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମୋଟ୍ ଉପରେ‌ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ଋଣ ସହାୟତା ‌ଦିଆଯିବ।

ସମ୍ବନ୍ଧିତ ଖବର