ପେଟ୍ରୋଲ୍‌ ଲିଟର ୯୦ ଟଙ୍କା

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତଭାବେ ଅଷ୍ଟମ ଦିନ ପାଇଁ ବୃଦ୍ଧି ପାଇଛି। ପୂର୍ବରୁ ରାଜ୍ୟର ଅନେକ ସ‌ହରରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଟପି ସାରିଥିବାବେଳେ ଆଜି ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଛୁଇଁଛି। ପେଟ୍ରୋଲ ଦର ସୋମବାର ତୁଳନାରେ ମଙ୍ଗଳବାର ଲିଟର ପିଛା ୩୧ ପଇସା ଏବଂ ଡିଜେଲ ଦର ୩୮ ପଇସା ବୃଦ୍ଧି ପାଇଛି। ଡିଜେଲ ଦର ଆଜି ଭୁବନେଶ୍ବରରେ ଲିଟର ପିଛା ୮୬ ଟଙ୍କା ୮୫ ପଇସାରେ ପହଞ୍ଚିଯାଇଛି। ଦେଶରେ ପେଟ୍ରୋଲ, ଡିଜେଲ ସମେତ ଏଲ୍‌ପିଜି ଦର ହୁ ହୁ ହୋଇ ବଢ଼ୁଥିବାରୁ ସାଧାରଣରେ ‌ଅସନ୍ତୋଷ ଦେଖାଦେଇଛି। ବିରୋଧୀମାନେ ଏହାକୁ ସରକାରଙ୍କ ବିରୋଧରେ ପ୍ରସଙ୍ଗ କରିଛନ୍ତି। ‌

ସମ୍ବନ୍ଧିତ ଖବର