ଓଡ଼ିଶାକୁ ୫୨୪ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୭ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଜାରି କରିଛନ୍ତି। ସେଥିରୁ ଓଡ଼ିଶା ୫୨୪ କୋଟି ଟଙ୍କା ପାଇଛି। ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍ ଅବଧି ଲାଗି ଏହି କ୍ଷତିପୂରଣ ଜାରି କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେଇଛନ୍ତି। ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ସଂଗ୍ରହ କରିବା ଲାଗି ବିଳାସପୂର୍ଣ୍ଣ ଓ ହାନିକାରକ ସାମଗ୍ରୀ ଉପରେ ସେସ୍‌ ଲଗାଯାଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୭୨,୧୪୭ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଥିଲେ ମଧ୍ୟ ସରକାର ତା’ଠାରୁ ୪୩,୫୧୫ କୋଟି ଟଙ୍କା ଅଧିକ ଜିଏସ୍‌ଟି କ୍ଷତିପୂରଣ ରାଜ୍ୟଗୁଡ଼ିକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର