ଆର୍‌ଟିଜିଏସ୍ କାରବାର ସମୟ ବଢ଼ିଲା

ମୁମ୍ବାଇ: ଆର୍‌ଟିଜିଏସ୍ ବା ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ଜରିଆରେ ଗ୍ରାହକମାନେ ଏଣିକି ବ୍ୟାଙ୍କରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟଙ୍କା ସ୍ଥାନାନ୍ତର କରିପାରିବେ। ରିଜର୍ଭ ବ୍ୟାଙ୍କ ଏହି ସମୟ ସୀମାକୁ ଅପରାହ୍ଣ ୪ଟା ୩୦ ମିନିଟରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଆସନ୍ତା ଜୁନ୍ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ତେବେ ଏଥିପାଇଁ ତିନୋଟି ସମୟ ୱିଣ୍ଡୋ କରାଯାଇଛି। ପ୍ରଥମ ସମୟ ୱିଣ୍ଡୋ ସକାଳ ୮ଟାରୁ ୧୧ଟା, ଦ୍ବିତୀୟ ସମୟ ୱିଣ୍ଡୋ ସକାଳ ୧୧ଟାରୁ ଅପରାହ୍ଣ ୧ଟା ଏବଂ ତୃତୀୟ ସମୟ ୱିଣ୍ଡୋ ଅପରାହ୍ଣ ୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ରଖାଯାଇଛି। ପ୍ରଥମ ସମୟ ୱିଣ୍ଡୋରେ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଦ୍ବିତୀୟ ଏବଂ ତୃତୀୟ ସମୟ ୱିଣ୍ଡୋରେ ଆରଟିଜିଏସ୍ କରିଲେ ଏଥିପାଇଁ ଯଥାକ୍ରମେ ୨ ଟଙ୍କା ଏବଂ ୫ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ହେବ। ଗ୍ରାହକମାନେ ଆଇଏମ୍‌ପିଏସ୍ ବା ଇମିଡି‌ଏଟ୍ ପେମେଣ୍ଟ ସର୍ଭିସ ଏବଂ ଆର୍‌ଟିଜିଏସ୍‌ ମାଧ୍ୟମରେ ଗ୍ରାହକମାନେ ବ୍ୟାଙ୍କ ଜରିଆରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିପାରିଥାନ୍ତି। ତେବେ ଆଇଏମପିଏସ୍‌‌ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରିପାରୁଥିବାବେଳେ ଆର୍‌ଟିଜିଏସରେ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରାଯାଇ ପାରିଥାଏ।

ସମ୍ବନ୍ଧିତ ଖବର