ମହିଳା ବିଜନେସ୍ ମେଳାରେ ରୁଚି-ଫ୍ରୋଜିଟ୍ ସ୍ୱତନ୍ତ୍ର ଷ୍ଟଲ୍ ଉଦଘାଟିତ

ଭୁବନେଶ୍ବର:  ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ହେଉଥିବା ଭାରତର ପ୍ରଥମର ମହିଳା ବିଜିନେସ୍ ମେଳା -୨୦୨୨ରେ ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫ୍ରୋଜିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଦାନ୍ତ ଲିମିଟେଡର ସଭାପତି (ଓଡ଼ିଶା ଓ ଛତିଶଗଡ଼) ଡ. ତପନ କୁମାର ଚାନ୍ଦ  ଷ୍ଟଲକୁ ଉଦଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମି ସାହୁ, ବିଶିଷ୍ଟ ସମାଜସେବୀ ଡ. ସୌରେନ୍ଦ୍ର ମହାପାତ୍ର ଏବଂ ନମିତା ମହାପାତ୍ର ।

୫ ଦିନ ବ୍ୟାପି ଖୋଲାଥିବା ଏହି ଷ୍ଟଲରେ ରୁଚିର ଅର୍ଗାନିକ୍ ମସଲା, ସ୍ୱତନ୍ତ୍ର କିଟ୍ ପ୍ୟାକ୍, ଫ୍ରୋଜିଟ୍ର ପ୍ରିମିୟମ୍ ପ୍ରଡକ୍ଟ୍ କୁକିଜ୍, ମୃଦୁପାନୀୟ ଆଦି ଉପଲବ୍ଧ । ଏହ ଛଡା ଫାର୍ମ ବିର ବିଭିନ୍ନ ପ୍ରଡକ୍ଟ ଯଥା ଓଟ୍ସ୍, ଚକୋଚିପସ୍, ମୁସେଲି ଆଦି ମଧ୍ୟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ପ୍ରକାଶ କରିଛନ୍ତି ରଶ୍ମୀ ସାହୁ ।

ରୁଚି ଓ ଫ୍ରୋଜିଟର ପ୍ରୟାସ ତଥା ରୁଚିର ବିଭିନ୍ନ ବର୍ଗର ପ୍ରଡକ୍ଟସକୁ ବେଶ୍ ପ୍ରଶଂସା କରିଥିଲେ ଡ. ଚାନ୍ଦ । ସମସ୍ତ ଗ୍ରାହକ ୫ ଦିନ ଧରି ଏହି ଷ୍ଟଲରୁ ବିଭିନ୍ନ ଦ୍ରବ୍ୟ ଦେଖିବା ସହ କିଣି ପାରିବେ ବୋଲି ପ୍ରକାଶ କରିଛନ୍ତି କମ୍ପାନିର ଜନସଂପର୍କ ଅଧିକାରୀ ଦେବସ୍ମିତା ମିଶ୍ର ।

ସମ୍ବନ୍ଧିତ ଖବର