ରିଲିଫ ପାଣ୍ଠିକୁ ରୁଚି ମସଲାର ସହାୟତା

ଭୁବନେଶ୍ବର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ରୁଚି ମସଲା ଓ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରୁଚି ମସଲାର ପରିଚାଳନା ନିର୍ଦେଶକ ଡକ୍ଟର ଶରତ କୁମାର ସାହୁ ଏ ବାବଦ ଚେକ୍ ରୁଚି ପରିବାର ପକ୍ଷରୁ ପ୍ରଦାନ କରିଥିଲେ। ବିପଦ ସମୟରେ ରୁଚି ମସଲାର ଏଭଳି ସହାୟତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରୁଚିର ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅନୁରୋଧ କ୍ରମେ ରୁଚି ପକ୍ଷରୁ ୩ ଲକ୍ଷ ଟଙ୍କା ମୂଲ୍ୟର ପାଣିଟାଙ୍କି ଓଡ଼ିଶା ଗ୍ରାମ୍ୟଜଳ ଓ ପରିମଳ ବିଭାଗ ଅଧୀନ ରାଜ୍ୟ ଜଳ ପରୀକ୍ଷାଗାର ସଂସ୍ଥାକୁ ଯୋଗାଇ ଦିଆଯାଇଛି। ଏଥିସହିତ ୧୨ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ପୁରୀ ଓ କଟକ ଜିଲ୍ଲାର ବାତ୍ୟା ବିପନ୍ନମାନଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର